Breaking PLUSଓଡ଼ିଶାମୁଖ୍ୟ ଖବର
ପୁଣି ବାଜି ମାରିଲେ ଝିଅ
ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ। ରାଜ୍ଯରେ ପାସ କଲେ ୧ ଲକ୍ଷ ୪୮ ହଜାର ୪୫୨ଜଣ ପରୀକ୍ଷାର୍ଥୀ। ଚଳିତ ଥର ପାସ ହାର ୬୭. ୫୬ ପ୍ରତିଶତ ରହିଛି।

ଭୁବନେଶ୍ୱର : ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ। ରାଜ୍ଯରେ ପାସ କଲେ ୧ ଲକ୍ଷ ୪୮ ହଜାର ୪୫୨ଜଣ ପରୀକ୍ଷାର୍ଥୀ। ଚଳିତ ଥର ପାସ ହାର ୬୭. ୫୬ ପ୍ରତିଶତ ରହିଛି। ସେହିପରି ୯୦ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ବରଗଡ଼ ଜିଲ୍ଲାରେ ସର୍ବାଧିକ ୭୩.୬୩ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ଲାଭ କରିଛନ୍ତି । ଅନ୍ଯପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୪୪.୬୩ ପ୍ରତିଶତ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି । ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଦେଇଥିବା ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଝିଅମାନଙ୍କ ପାଶ ହାର ୭୫.୪୮ ରହିଥିବା ବେଳେ ପୁଅମାନଙ୍କ ପାଶ ହାର ୫୭.୫୩ ପ୍ରତିଶତ ରହିଛି ।