Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର

କଟକ: କଟକ ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ଗୁରୁତର ଅସୁସ୍ଥ ହୋଇ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲା ହାଇଦର । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଫେରାର ମାରିଥିବା ସୂଚନା ମିଳିଛି । ୧୨ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲା ହାଇଦର । ଖଣି ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ହାଇଦର ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡାକାଲରୁ ଏସସିବି ଅଣାଯାଇଥିଲା ।

ସୁଲେମାନ ହତ୍ୟାକାଣ୍ଡରେ ମଧ୍ୟ ଦଣ୍ଡ ଭୋଗୁଥିଲା ହାଇଦର । ତେବେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଡିସିପି ସୂଚନା ଦେଇଛନ୍ତି । SCBରୁ ଜଣେ ସୁରକ୍ଷାକର୍ମୀ ଅଚେତ ଅବସ୍ଥାରେ ମିଳିଛନ୍ତି । ହାଇଦରକୁ ଧରିବା ପାଇଁ ଚଢ଼ାଉ ଜୋରଦାର କରାଯାଇଛି । କଟକ ସହରର ସମସ୍ତ ସୀମାକୁ ସିଲ୍ କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରୁଛି ପୋଲିସ । ହାଇଦରର ବିଭିନ୍ନ ଆଡ୍ଡା ଉପରେ ପୋଲିସର ଚଢ଼ାଉ ଆରମ୍ଭ ହୋଇଯାଇଛି । ହାଇଦର ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ଆଡ୍ଡା ଉପରେ ଚଢ଼ାଉ କରାଯାଉଛି । କଟକ ଡିସିପିଙ୍କ ସମେତ ୩ ଏସପିଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି ।

Tags
Show More

Related Articles

Back to top button
Close