Breaking PLUSଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବର

ଓଡ଼ିଆ ସହୀଦ ଯବାନଙ୍କୁ ବୀର ଚକ୍ର ସମ୍ମାନ

ଓଡ଼ିଆ ବୀର ସହୀଦ ଯବାନ ନୁଦୁରାମ ସୋରେନଙ୍କୁ ବୀର ଚକ୍ର ସମ୍ମାନ ପ୍ରଦାନ କରାଯାଇଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଉପାଧିରେ ସମ୍ମାନିତ କରିଛନ୍ତି । ନାଏବ ସୁବେଦାର ନୁଦୁରାମଙ୍କୁ ମରଣୋତ୍ତର ଭାବେ ଏହି ଉପାଧି ପ୍ରଦାନ କରାଯାଇଛି । ତାଙ୍କର ପତ୍ନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଗତବର୍ଷ ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ସେ ସହୀଦ ହୋଇଥିଲେ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ନୁଦୁରାମ ଜନ୍ମଗ୍ରହଣ କରିଥିଲେ । ଚଳିତ ବର୍ଷ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ବୀର ଚକ୍ର ପୁରସ୍କାର ପାଇଁ ତାଙ୍କର ନାମ ଘୋଷଣା କରାଯାଇଥିଲା । ଗତବର୍ଷ ଚୀନ ସେନା ସହ ଲଢ଼ି ପ୍ରାଣବଳୀ ଦେଇଥିବା ୨୦ ଜଣ ବୀର ଯବାନଙ୍କ ମଧ୍ୟରେ ନୁଦୁରାମ ସାମିଲ ଥିଲେ । ସେ ୧୯୯୭ରେ ଭାରତୀୟ ସେନାରେ ଯୋଗଦେବା ପରେ ବିହାର ରେଜିମେଣ୍ଟର ୧୬ତମ ବାଟାଲିୟନରେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ନୁଦୁରାମଙ୍କ ପରିବାରରେ ତାଙ୍କର ଧର୍ମପତ୍ନୀ ଓ ୩ଟି ଝିଅ ଅଛନ୍ତି ।

Show More

Related Articles

Back to top button