ଓଡ଼ିଶା

ଆଜିଠୁ ଖୋଲିବ ବିଭିନ୍ନ ପ୍ଲାନେଟାରିୟମ୍

ଖାସ୍‌ କରି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ବୁର୍ଲାର ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ଏବଂ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲିବ । କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲିବ ।

ଆଜିଠୁ ଖୋଲିବ ବିଭିନ୍ନ ପ୍ଲାନେଟାରିୟମ୍ । ତେବେ ପ୍ଲାନେଟୋରିୟମ୍ ସମସ୍ତ ସ୍ଥାନରେ ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ କରାଯିବ । ପରିଦର୍ଶନ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ଭୁବନେଶ୍ୱର ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ ।

ଏହି ଅନୁଷ୍ଠାନକୁ ପ୍ରବେଶ ପାଇଁ ସମସ୍ତ ବୟସ୍କମାନଙ୍କୁ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଡକ୍ଟର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌, ବୁର୍ଲା ଓ ପଠାଣି ସାମନ୍ତ ସଂଗ୍ରହାଳୟ, ଖଣ୍ଡପଡ଼ା ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ ।

Show More

Related Articles

Back to top button