ଓଡ଼ିଶା

ଆଜିଠୁ ଆଂଶିକ ଲକଡାଉନ୍

୧୭ ଜିଲ୍ଲାରେ କୋହଳ ହେଲା କଟକଣା, ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଖୋଲିବ ସବୁ ଦୋକାନ

ଗୁରୁବାରଠୁ ଆଂଶିକ କୋହଳ ହେଲା ଲକଡାଉନ୍। ରାଜ୍ୟରେ ସଂକ୍ରମଣ ହାରକୁ ନଜର ରଖି ୩୦ ଜିଲ୍ଲାକୁ ୨ ଭାଗରେ ବିଭକ୍ତ କରି ଲକଡାଉନ କୋହଳ କରିଛନ୍ତି ରାଜ୍ୟ ସରକାର। କ୍ୟଟେଗୋରୀ ଏରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଏବଂ କ୍ୟାଟେଗାରୀ ବି ରେ ଥିବା ଜିଲ୍ଲାଗୁଡ଼ିକରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକନ ବଜାର ଖୋଲା ରହିବ। ଆସନ୍ତୁ ଦେଖିବା କଣ ଖୋଲା କଣ ବନ୍ଦ ରହିବ।୧୭ରେ ୧୭ ଜିଲ୍ଲା ଆଂଶିକ ଖୋଲିବ। ୧୩ ଜିଲ୍ଲାରେ ଟିକେ କୋହଳ, ଯେମିତି ଥିଲା ସେମିତି ଚାଲିବ। ଲକଡାଉନ ୩.୦ ଅବଧି ଗୁରୁବାର ସରୁଥିବା ବେଳେ ଏହା ପୂର୍ବରୁ ଜୁନ୍ ଦ୍ବିତୀୟ ଭାଗ ପାଇଁ ଜାରି ହୋଇଛି ନୂଆ ଏସଓପି। ଏନେଇ ମୁଖ୍ୟଶାସନ ସଚିବ ସବିଶେଷ ସୂଚନା ଦେଇଛନ୍ତି। ସଂକ୍ରମଣ ହାରକୁ ଦେଖି ୩୦ ଜିଲ୍ଲାକୁ ଦୁଇଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି ସେହି ଅନୁଯାୟୀ କଟକଣା କୋହଳ କରାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡିଶାର ୧୭ ଜିଲ୍ଲାକୁ କ୍ୟାଟେଗୋରୀ ଏରେ ରଖାଯାଇଥିବା ବେଳେ ଉପକୂଳ ଓ ଉତ୍ତର ଓଡଶାର ୧୩ଜିଲ୍ଲାଙ୍କୁ କ୍ୟଟୋଗରୀ ବିରେ ରଖାଯାଇଛି। କ୍ୟୋଟେଗୋରି ଏରେ ଥିବା ଜିଲ୍ଲାଗୁଡିକ ହେଲା।ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ତି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ , ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲାକାନାଗିରି ଏବଂ ରାୟଗଡା । ଏହି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସବୁ ଦୋକାନ ବଜାର ଖୋଲା ରହିବ। ଉଠା ଦୋକନ ଖୋଲିବ। କ୍ୟାଟେଗୋରୀ ବିରେ ଥିବା ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ପୁରୀ, ନୟାଗଡ,କଟକ, କେନ୍ଦ୍ରପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର,ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର। ଏହି ଜିଲ୍ଲାଗୁଡ଼ିକରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ।

କିନ୍ତୁ ପୂର୍ବରୁ ଯେମିତି ଅତ୍ୟାଶକୀୟ ସାମଗ୍ରୀ ପାଇଁ ଦୋକାନ ଖୋଲାରହୁଥିଲା ସେମିତି ଜାରି ରହିବ। ଏଥିସହିତ ସପ୍ତାହାନ୍ତ ଦୁଇଦିନ ସଟଡାଉନ ସାରା ଓଡିଶାରେ ଜାରି ରହିବ।ରାଜ୍ୟ ସରକାର କେତେକ ନିଷ୍ପତ୍ତି ପରିବର୍ତ୍ତନ ମଧ୍ୟ କରିଛନ୍ତି । ଯେମିତିକି ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ମଣ୍ଣିଂ ଓ୍ବାକ କରିବାକୁ ଅନୁମତି ଦିଆଯାଇଛି। ଏହା ସହିତ ଦୁଗ୍ଧ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଗାଡ଼ି ସୋରୁମ ସହିତ ସେଲ୍ସ ସର୍ଭିସିଂ ଖୋଲିବ। ଜିମ୍, ସ୍ବିମିଂ ପୁଲ, ସେଲୁନ, ପାର୍ଲର, ମଲ, ସିନେମାହଲ ମଠ ମନ୍ଦିର ଧର୍ମାନୁଷ୍ଠାନ ଆଦି ଖୋଲା ରହିବ ନାହିଁ।ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ।ଏପରିକି କୋହଳ କରିବା ସତ୍ତ୍ୱେ ଦୋକାନରେ ଲୋକେ ଗହଳ କଲେ ତୁରନ୍ତ ସିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ କୋଭିଡ କଟକଣା ପାଳନ ବାବଦରେ ବ୍ୟବସାୟୀ ସଙ୍ଘମାନେ ନିଜେ ଦାୟିତ୍ବ ନେବାକୁ ମୁଖ୍ୟଶାସନ ସଚିବ ପରାର୍ମଶ ଦେଇଛନ୍ତି।

Show More

Related Articles

Back to top button