ଦେଶ ବିଦେଶ

ଆଜିଠୁ ମହାରାଷ୍ଟ୍ରରେ ପର୍ଯ୍ୟାୟକ୍ରମେ ହଟିବ ଲକଡାଉନ୍

କୋହଳ ହେବ କଟକଣା

ଆଜିଠୁ ମହାରାଷ୍ଟ୍ରରେ ପର୍ଯ୍ୟାୟକ୍ରମେ ହଟିବ ଲକଡାଉନ୍। ପଜିଟିଭିଟି ହାର ଏବଂ ଅକ୍ସିଜେନ୍ ବେଡ୍ ଉପଲବ୍ଧତା ଆଧାରରେ ‘ଲକଡାଉନ୍ ’ କଟକଣା କୋହଳ କରାଯିବ ବୋଲି ମହାରାଷ୍ଟ୍ର ସରକାର ସ୍ପଷ୍ଟ କରିଛନ୍ତି। ବିଭିନ୍ନ କାର୍ଯ୍ୟକଳାପ ପାଇଁ ୫ ସ୍ତରୀୟ କଟକଣା ଲାଗୁ ହେବ।ବିଶେଷ କରି କରୋନା ସଂକ୍ରମଣ ହାର ଏବଂ ଅକ୍ସଜେନ୍ ବେଡ୍ ଉପଲବ୍ଧତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବ। ଜିଲ୍ଲାରେ କୋଭିଡ୍ ପରିସ୍ଥିତି ଅନୁଯାୟୀ କର୍ତ୍ତୃପକ୍ଷ କୋହଳର ମାତ୍ରା ସ୍ଥିର କରିପାରିବେ। ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାରେ ‘ଅନ୍ ଲକ୍ ’ ଘୋଷଣା କରାଯିବ।

ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲା, ତୃତୀୟ ପର୍ଯ୍ୟାୟରେ ୧୦ ଜିଲ୍ଲା, ଚତୁର୍ଥ ପର୍ଯ୍ୟାୟରେ ୨ଟି ଜିଲ୍ଲା ଏବଂ ପଞ୍ଚମ ପର୍ଯ୍ୟାୟରେ ବାକି ଜିଲ୍ଲାରେ ‘ଅନ୍ ଲକ୍ ’ ଘୋଷଣା କରାଯିବ ବୋଲି ପୂର୍ବରୁ ମହାରାଷ୍ଟ୍ରର ରିଲିଫ୍ ଓ ପୁନଃଥଇଥାନ ମନ୍ତ୍ରୀ ସୂଚନା ଦେଇଥିଲେ ।ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ମଧ୍ୟ ଆଜିଠୁ ଲକଡାଉନ୍ କଟକଣା କୋହଳ ହେବ । ଦିଲ୍ଲୀରେ ଅଡ୍ ଇଭିନ୍ ଫର୍ମୁଲାରେ ଦୋକାନ ଖୋଲିବ। ବଜାର ଓ ମଲ୍ ଗୁଡ଼ିକ ଅଡ୍ ଇଭିନ୍ ଫର୍ମୁଲାରେ ଖୋଲିବ। କିନ୍ତୁ ଷ୍ଟାଣ୍ଡ୍ ଆଲୋନ୍ ସପ୍ ଗୁଡ଼ିକ ସବୁଦିନ ଖୋଲିପାରିବ। ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏହାସହିତ ମେଟ୍ରୋ ସେବା ଆରମ୍ଭ ହେବାନେଇ କେଜ୍ରିୱାଲ ଘୋଷଣା କରି ସାରିଛନ୍ତି ।

Show More

Related Articles

Back to top button