ଦେଶ ବିଦେଶମୁଖ୍ୟ ଖବର

ପ୍ରଥମ ଏପ୍ରିଲ୍‍ରୁ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ନାମ ଲେଖା

୨୦୨୧-୨୨ ଶିକ୍ଷା ବର୍ଷ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ସକାଶେ ନାମ ଲେଖା ଏପ୍ରିଲ୍‍ ପହିଲାରୁ ଆରମ୍ଭ ହେବ

ଦ୍ୱିତୀୟ ଶ୍ରେଣୀରୁ ଅଧିକ ଶ୍ରେଣୀରେ ନାମ ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ୍‍ ୮ ତାରିଖରେ ଆରମ୍ଭ ହେବ। ପ୍ରଥମ ଶ୍ରେଣୀ ପାଇଁ ପଞ୍ଜିକରଣ ଅନ୍‍ଲାଇନ୍‍ ମାଧ୍ୟମରେ ହେଉଥିବା ବେଳେ ଦ୍ୱିତୀୟ ଶ୍ରେଣୀରୁ ଅଧିକ ଶ୍ରେଣୀ ପାଇଁ ବ୍ୟକ୍ତିଗତ ଭାବେ ଯାଇ ପଞ୍ଜିକରଣ କରିବାକୁ ହେବ।

ଏପ୍ରିଲ୍‍ ପହିଲା ପୂର୍ବାହ୍ନ ୧୦ଟାରୁ ପଞ୍ଜିକରଣ ଆରମ୍ଭ ହେବ ଓ ଏପ୍ରିଲ୍‍ ୧୯ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ପଞ୍ଜିକରଣ ଶେଷ ହେବ।ଆଣ୍ଡ୍ରଏଡ୍‍ ମୋବାଇଲ୍‍ ଆପ୍‍ରୁ ନାମଲେଖା ସମ୍ବନ୍ଧୀୟ ସବିସ୍ତୃତ ତଥ୍ୟ ମିଳିପାରିବ। ଦ୍ୱାଦଶ ଶ୍ରେଣୀ ପାଇଁ ପଞ୍ଜିକରଣ ଫର୍ମ ବିଦ୍ୟାଳୟ ୱେବ୍‍ସାଇଟ୍‍ରୁ ଡାଉନ୍‍ଲୋଡ୍‍ କରାଯାଇ ପାରିବ।

Show More

Related Articles

Back to top button