ଆସିଲା Forbes ରିୟଲ ଟାଇମ ଧନିକଙ୍କ ସୂଚୀ, Top-10ରୁ ବାଦ ପଡିଲେ ଅମ୍ବାନୀ
ଚୀନ୍ର ୱାଟର କିଙ୍ଗଭାବେ ଜଣାଶୁଣା ବ୍ୟବସାୟୀ ଝୋଙ୍ଗ ଶାନଶାନ୍ ଏସିୟ ଧନିକଙ୍କ ସୂଚୀର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି
ଏହି ସ୍ଥାନରେ ଥିବା ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ତଳକୁ ଖସିଥିବା ବେଳେ ବିଶ୍ୱର ଶୀର୍ଷ ୧୦ ଧନିକଙ୍କ ସୂଚୀରୁ ମଧ୍ୟ ବାଦ ପଡିଛନ୍ତି। ଚୀନ୍ ପ୍ୟାକେଜଡ୍ ୱାଟର ଓ ଭାକ୍ସିନ ନିର୍ମାଣକାରୀ କମ୍ପାନୀର ମାଲିକ ଏସିୟାର ସବୁଠୁ ଧନିବ୍ୟକ୍ତି ଓ ବିଶ୍ୱ ଧନିକଙ୍କ ସୂଚୀର ଷଷ୍ଠ ସ୍ଥାନକୁ ପହଞ୍ଚିଯାଇଛନ୍ତି।ଫୋର୍ବସ୍ ରିୟଲ ଟାଇମ୍ ସୂଚୀ ଜାରି ହୋଇଛି। ଏଥିରେ ଆମାଜନ ମାଲିକ ଜେଫ ବେଜୋସ ୧୮୭.୬ ବିଲିୟନ ସମ୍ପତ୍ତି ସହ ବିଶ୍ୱର ୧ ନମ୍ବର ଧନିକ ରହିଥିବା ବେଳେ ତାଙ୍କ ପଛକୁ ଟେସ୍ଲା ଓ ସ୍ପେଶ ଏକ୍ସ ମାଲିକ ଏଲନ ମସ୍କ ଅଛନ୍ତି।
ସେହିପରି ତୃତୀୟ ସ୍ଥାନରେ ବର୍ଣ୍ଣାଡ ଅର୍ଣ୍ଣାଟ ଏଣ୍ଡ ଫ୍ୟାମିଲି ରହିଥିବା ବେଳେ ୧୧୯.୮ ବିଲିୟନ ସମ୍ପତ୍ତି ସହ ଚତୁର୍ଥ ସ୍ଥାନରେ ମାଇକ୍ରୋସଫ୍ଟ ମାଲିକ ବିଲଗେଟସ୍ ଅଛନ୍ତି।ଫେସବୁକ୍ ମାଲିକ ମାର୍କ ଜୁକେରବର୍ଗ ଧନିକଙ୍କ ସୂଚୀର ପଞ୍ଚମ ସ୍ଥାନରେ ଅଛନ୍ତି। ସେହିପରି ଚୀନ୍ର ବେଭରାଜ ଓ ଫାର୍ମା କମ୍ପାନୀ ମାଲିକ ଝୋଙ୍ଗ ଶାନଶାନ ୯୩.୮ ବିଲିୟନ ସମ୍ପତ୍ତି ସହ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ପଛକୁ ସପ୍ତମ ସ୍ଥାନରେ ସଫ୍ଟୱେର ବ୍ୟବସାୟୀ ଲେରି ଏଲିସନ ଅଛନ୍ତି। ଧନିକଙ୍କ ସୂଚୀର ଅଷ୍ଟମ ସ୍ଥାନରେ ୱାର୍କସାୟର ହାଥୱେ ମାଲିକ ୱାରେନ ବଫେଟ ଥିବା ବେଳେ ନବମ ସ୍ଥାନରେ ଗୁଗଲର ଲେରି ପେଜ୍ ଓ ଦଶମ ସ୍ଥାନରେ ଗୁଗଲର ସର୍ଜି ବ୍ରିନ ଅଛନ୍ତି। ଟପଟେନନ ସୂଚୀର କୌଣସିଠାରେ ଭାରତୀୟ ଧନିକ ମୁକେଶ ଅମ୍ବାନୀ ନାହାନ୍ତି। ତେବେ ଶୀର୍ଷ ୨୦ ଜଣଙ୍କ ତାଲିକାର ତ୍ରୟୋଦଶତମ ସ୍ଥାନରେ ମୁକେଶ ଥିବା ଜଣାପଡିଛି।