ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ଭେଦଭାବ: କଣ କହୁଛନ୍ତି ଗବେଷକ

ଭେଦଭାବ ଯୁବକମାନଙ୍କର ମାନସିକ ସ୍ୱାସ୍ଥ୍ୟ ପାଇଁ ବିପଦଜନକ । ୟୁସିଏଲଏର ଏକ ନୂଆ ଅଧ୍ୟୟନରେ ଏହି ନିଷ୍କର୍ଷ ପ୍ରକାଶ ପାଇଛି । ଏହି ଅଧ୍ୟୟନ ଅନୁସାରେ ଯେଉଁ ଯୁବକମାନେ ଭେଦଭାବର ସମ୍ମୁଖୀନ ହୋଇଛନ୍ତି ଅଳ୍ପ କାଳିନ ଓ ଦୀର୍ଘକାଳୀନ ଆଚରଣ ତଥା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ । ଅଧ୍ୟୟନର ଫଳାଫଳ ପିଡିଆଟ୍ରିକ୍ସ ପତ୍ରିକାରେ ପ୍ରକାଶ ପାଇଛି ।

ରିସର୍ଚ୍ଚର ୧୮ ରୁ ୨୮ ବର୍ଷ ବୟସର ୧୮୩୪ ଜଣ ଆମେରିକୀୟଙ୍କ ଉପରେ ଏହି ଅଧ୍ୟୟନ କରିଥିଲେ । ଏକ ଦଶନ୍ଧି ମଧ୍ୟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଗବେଷକ ଜାଣିବାକୁ ପାଇଛନ୍ତି ଭେଦଭାବର ପ୍ରଭାବ ଏକାଠି ହୋଇପାରେ। ସେମାନେ କହିଛନ୍ତି ଯେ ଭେଦଭାବ ଯେତେ ଅଧିକ ହୁଏ ମାନସିକ ଓ ଆଚରଣଗତ ସମସ୍ୟା ସେତେ ଅଧିକ ହେବାର ଆଶଙ୍କା ଥାଏ। ଅତୀତରେ ଜାତିଭେଦ, ବୟସବାଦ, ଶାରୀରିକ ରୂପ କିମ୍ବା ଅନ୍ୟାନ୍ୟ କୁସଂସ୍କାର ହେତୁ ପିଲାଦିନର ଭେଦଭାବକୁ ଯୋଡିଥିବା ଏକ ଅଧ୍ୟୟନ ହୋଇଛି। କିନ୍ତୁ ଭେଦଭାବ ଓ ବୟସ ମଧ୍ୟରେ ସମ୍ପର୍କକୁ ପରୀକ୍ଷା କରିବା ପ୍ରଥମ ଅଧ୍ୟୟନ ବୋଲି ରିସର୍ଚ୍ଚର କହିଛନ୍ତି। ମାନସିକ ଏବଂ ଆଚରଣଗତ ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିବା ପାଇଁ ବୟସ୍କ ସମୟ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ୟୁସିଏଲଏ ସ୍କୁଲ ଅଫ୍ ମେଡିସିନ୍ର ଡାକ୍ତରି ଛାତ୍ର ୟୋବେନେ ଲେଇ କହିଛନ୍ତି। ଲେଇ ଆହୁରି କହିଛନ୍ତି ଆଜି ସାରା ବିଶ୍ୱରେ ଯୁବକମାନେ ସମ୍ମୁଖିନ ହେଉଥିବା ଚାପ ଯୋଗୁଁ ଏହି ଅନୁସନ୍ଧାନ ବିଶେଷ ପ୍ରାସଙ୍ଗିକ ଅଟେ। ସେ କହିଛନ୍ତି କରୋନା ମହାମାରୀ ବର୍ତ୍ତମାନ ନୂଆ ମାନସିକ ସ୍ୱାସ୍ଥ୍ୟର ଆହ୍ୱାନ ଆଣିଛି। ଆମ ଭେଦଭାବର ପ୍ରଭାବକୁ ସ୍ୱୀକାର କରିବାକୁ ସ୍ୱାସ୍ଥ୍ୟ ସେବାକୁ ପୁନର୍ବିଚାର କରିବାକୁ ଓ ସଂସ୍କାର କରିବାକୁ ଆମର ଏକ ସୁଯୋଗ ରହିଛି।

ରିସର୍ଚ୍ଚର ଏହି ଅଧ୍ୟୟନ ପାଇଁ ମିଶିଗାନ୍ ବିଶ୍ୱବିଦ୍ୟାଳୟ ଟ୍ରାନ୍ସମିସନ୍ ଟୁ ଆଡଲ୍ଟହୁଡ୍ ସପ୍ଲିମେଣ୍ଟ ଅଫ୍ ପ୍ୟାନେଲ୍ ଷ୍ଟଡି ଇନକମ୍ ଡାଇନାମିକ୍ସ ସର୍ଭେରୁ ତଥ୍ୟ ବ୍ୟବହାର କରିଛନ୍ତି। ଯେଉଁଥିରେ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ୧,୮୦୦ରୁ ଅଧିକ ଆମେରିକିୟଙ୍କ ତଥ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ଯେଉଁଥିରେ ପ୍ରାୟ ୯୩ପ୍ରତିଶତ ଲୋକ ଭେଦଭାବର ଶିକାର ହୋଇଥିବା ସୂଚନା ରହିଛି। ଏଥିମଧ୍ୟରୁ ୨୬ ପ୍ରତିଶତ ଲୋକ ସାଧାରଣ କାରଣରୁ ଭେଦଭାବ, ୧୯% ଲୋକ ଶାରୀରିକ ରୂପ, ୧୪% ଲୋକ ଲିଙ୍ଗଗତ ଭେଦଭାବ ଓ ୧୩%ଡ଼ା ଜାତିଗତ ଭେଦଭାବ ସହିଥିବା ଜଣାଇଛନ୍ତି। ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ବାରମ୍ବାର ଭେଦଭାବ ଅନୁଭବ କରୁଥିବା ଲୋକମାନେ ମାନସିକ ରୋଗରେ ଆକ୍ରାନ୍ତ ହେବାର ପ୍ରାୟ ୨୫ ପ୍ରତିଶତ ସମ୍ଭାବନା ରହିଛି। କିନ୍ତୁ ରିସର୍ଚ୍ଚରଙ୍କ ଅନୁସାରେ ଯେଉଁମାନେ ଭେଦଭାବର ସାମ୍ନା କରିନାହାନ୍ତି ସେମାନଙ୍କୁ ମାନସିକ ରୋଗ ହେବାର ସମ୍ଭାବନା ଅଧିକ ଦୁଇଗୁଣ ଥାଏ ।

Show More

Related Articles

Back to top button