ସ୍ୱାସ୍ଥ୍ୟ

ଏହିସବୁ କାରଣରୁ ଗ୍ରୀଷ୍ମ ଋତୁରେ ପ୍ରତେକଦିନ ଆମ୍ବ ଖାଇବା ଆବଶ୍ୟକ

ଶରୀରକୁ ମିଳିଥାଏ ଅନେକ ଲାଭ

ଦୁନିଆରେ ସବୁଠୁ ଅଧିକ ଚାହିଦା ଅମ୍ବର ରହିଛି l ଏହି ଫଳଟି ପ୍ରାୟ ସମସ୍ତଙ୍କୁ ଖୁବ ଭଲ ଲାଗିଥାଏ ,ଆମ୍ବ ର ଉତ୍ପତି ୫ ହଜାର ବର୍ଷ ପୂର୍ବରୁ ଭାରତରେ ହୋଇଥିଲା l ମିଠା ଫଳ ଅନ୍ୟାନ ଜଙ୍କ ଫୁଡ ତୁଳନାରେ ଅନେକ ଗୁଣରେ ଦେହ ପକ୍ଷରେ ହିତକର ଅଟେ l ଆପଣଙ୍କୁ ଯଦି କିଛି ମିଠା ଖାଇବାକୁ ଇଛା ହେଉଛି ତେବେ କିଛି ଆମ୍ବ ଖାଇ ନିଅନ୍ତୁ l ଆମ ଭାରତରେ ବିଭିନ୍ନ ପ୍ରଜାତିର ଆମ୍ବ ମିଳିଥାଏ l ସେ ଗୁଡିକର ସ୍ୱାସ୍ଥ୍ୟ ଉପରେ ଖୁବ ଭଲ ପ୍ରଭାବ ପକାଇଥାଏ l ଆସନ୍ତୁ ଜାଣିବା l

* ଇମ୍ୟୁନିଟି ବଢ଼ାଇଥାଏ -ଆମ୍ବ ରେ ରହିଛି ଏଭଳି ପୋଷକତତ୍ୱ ଯେପରିକି ଭିଟାମିନ ଏ ,ଫୋଲେଟ ଓ ଭିଟାମିନ ବି ରହିଥାଏ l ଏହା ଶରୀରର ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇବା ସହିତ ଶରୀରରେ ଫୁର୍ତି ଯୋଗାଇ ଥାଏ l ଯାହାର ପ୍ରଭାବ ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥାଏ l

* ପାଚନ ଶକ୍ତିକୁ ସୁଦୃଢ କରେ – ପାଚନ ସ୍ୱାସ୍ଥ୍ୟକୁ ଲାଭ ଦେଇଥାଏ ଆମ୍ବ l କାରଣ ଏଥିରେ ଫାଇବର ,ପାଣି ଓ ଏଞ୍ଜାଇମ ଭରପୁର ମାତ୍ରାରେ ରହିଥାଏ l ଯାହା ପାଚନ ପ୍ରକ୍ରିୟାକୁ ସୁଦୃଢ କରିଥାଏ l

* କେଶ ଓ ତ୍ୱଚା ପାଇଁ ହିତକର – ଭିଟାମିନ ଏ କେଶ ଓ ତ୍ୱଚା ପାଇଁ ହିତକର l ଏହା ତ୍ୱଚା ଓ କେଶ କୁ ଚମକ ପ୍ରଦ କରିଥାଏ l

* ଏହା ଚକ୍ଷୁ ପାଇଁ ହିତକର – ଲ୍ୟୁଟିନ ଓ ଜେକସଥିନ ବ୍ୟତୀତ ଭିଟାମିନ ଏ ରହିଥିବା କାରଣରୁ ଆଖି ପାଇଁ ହିତକର l ସେଥିପାଇଁ ଆମ୍ବ ଖାଇବା ଶରୀର ପକ୍ଷରେ ହିତକର

Show More

Related Articles

Back to top button