Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ପ୍ରଥମ ଥର ପାଇଁ ସେୟାର ବଜାରରେ ୫୨୦୦୦ ଟପିଲା ସେନସେକ୍ସ

ସୋମବାର ସକାଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ୫୨୦୦୦ ଅଙ୍କ ଅତିକ୍ରମ କରିଛି । ଏହାସହ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ନିଫ୍ଟିରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ସୋମବାର ସକାଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ୫୨୦୦୦ ଅଙ୍କ ଅତିକ୍ରମ କରିଛି । ଏହାସହ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ନିଫ୍ଟିରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ସୋମବାର ସକାଳ ୧୦ଟାରେ ପ୍ରାୟ ୪୧୬.୪୧ ଅଙ୍କ ବୃଦ୍ଧି ପାଇ ୫୧,୯୬୦.୭୧ ରହିଥିଲା । ଗତ କାରବାର ଦିନରେ ଏହା ୫୧,୫୪୪.୩୦ରେ ବନ୍ଦ ହୋଇଥିଲା । ସୋମବାର ଦିନ ଏହା ୫୧,୯୦୭.୭୫ ଅଙ୍କରେ ଖୋଲିଥିଲା । ଏହାସହ ପରେ ୫୨,୧୧୦.୭୪ ଟପିଥିଲା ।

ଇଣ୍ଡସିଣ୍ଡ୍ ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି, ଆଇସିଆଇସିଆଇ, ଏଶବିଆଇ, ବଜାଜ ଫାଇନାନ୍ସ, କୋଟାକ ମହିନ୍ଦ୍ରା ଆଦି ଲାଭରେ ଲହିଥିଲେ । ସବୁଠାରୁ ଅଧିକ ଲାବ ଇଣ୍ଡସିଣ୍ଡ୍ ବ୍ୟାଙ୍କ୍ କରିଛି । ବ୍ୟାଙ୍କର ସେୟାର ୨.୫୮ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିଲା ।

ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜରେ ୫୦ଟି କମ୍ପାନୀର ସୂଚକାଙ୍କ ବୃଦ୍ଧି ପାଇଛି । ସୋମବାର ନିଫ୍ଟି ୧୫,୨୭୦.୩୦ ଅଙ୍କରେ ଖୋଲିଥିଲା । ଏହା ୧୫,୩୧୪.୩୦ ଅଙ୍କରେ ପହଁଚିଥିଲା । ୫୦ କମ୍ପାନୀରୁ ୧୮ଟି ରେଡ୍ ଓ ୩୨ଟି ଗ୍ରୀନ୍ ଜୋନରେ ଥିଲେ ।

ନିଫ୍ଟିରେ ସବୁଠାରୁ ଅଧିକ ଲାଭ ଇଣ୍ଡିସିଣ୍ଡ୍ ବ୍ୟାଙ୍କର ସେୟାରର ରହିଥିଲା । ସବୁଠାରୁ ଅଧିକ କ୍ଷତି ସହିଛି ଓଏନଜିସି । ଏହାର ସେୟାର ୧.୦୩ ପ୍ରତିଶତ ହ୍ରାସ ପାଇଥିଲା ।

Show More

Related Articles

Back to top button