Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରଥମ କରି ରାଜଧାନୀରେ ୧୧ ହଜାର ପାର ହେଲା କରୋନା ସଂକ୍ରମଣ

୭୨ ମୃତ୍ୟୁ

ସାରା ଦେଶରେ କରୋନାର ପ୍ରକୋପ ବୃଦ୍ଧି ପାଇବା ସହିତ ରାଜଧାନୀ ଦିଲ୍ଲୀରେ ମଧ୍ୟ କ୍ଷୀପ୍ରଗତିରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନା ମାମଲା ସବୁଠାରୁ ଅଧିକ ରହିଛି । ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ।ସୂଚନା ଅନୁସାରେ ଦିଲ୍ଲୀରେ ଆଜି ୧୧,୪୯୪ ନୂଆ ମାମଲା ରେକର୍ଡ କରାଯାଇଥିବା ବେଳେ ୭୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟାକୁ ମିଶାଇ ଦିଲ୍ଲୀରେ କରୋନା ମାମଲା ମୋଟ ୭,୩୬,୬୬୮ରେ ପହଞ୍ଚିଛି । ଏଥିସହିତ ୨୪ ଘଣ୍ଟାରେ ୭୬୬୫ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ପାଖାପାଖି ୬,୮୭,୨୩୮ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଛନ୍ତି ।ରାଜଧାନୀରେ ସଂକ୍ରମଣ ହାର ମଧ୍ୟ ୧୨.୪୪ ପ୍ରତିଶତକୁ ବୃଦ୍ଧି ପାଇଛି ।

ନଭେମ୍ବର ୨୧ ଠାରୁ ଏହି ସଂଖ୍ୟା ସର୍ବାଧିକ । ୨୧ ନଭେମ୍ବର ୨୦୨୦ରେ, ଦିଲ୍ଲୀରେ ସଂକ୍ରମଣ ହାର ୧୨.୯ ପ୍ରତିଶତ ଥିଲା । ଡିସେମ୍ବର ୫ ତାରିଖ ପରେ ଏହା ହେଉଛି ସବୁଠାରୁ ବଡ ସଂଖ୍ୟକ ସଂକ୍ରମଣ । ଡିସେମ୍ବର ୫ ରେ, ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା । ୭୨ ନୂଆ ମୃତ୍ୟୁ ସହିତ ଦିଲ୍ଲୀରେ କରୋନା ଠାରୁ ମୋଟ ମୃତ୍ୟୁ ୧୧,୩୫୫କୁ ବୃଦ୍ଧି ପାଇଛି ।ଏଥିସହିତ ଦିଲ୍ଲୀରେ କଣ୍ଟେନମେଣ୍ଟ୍‌ ଜୋନ୍ ସଂଖ୍ୟା ୬ ହଜାରରୁ ଅଧିକ ରହିଛି । ଆହୁରି ମଧ୍ୟ, ହଟ ସ୍ପଟ୍ ସଂଖ୍ୟା ୬୧୭୫କୁ ବୃଦ୍ଧି ପାଇଛି । ରାଜଧାନୀରେ ସକ୍ରିୟ ମାମଲା ସଂଖ୍ୟା ୩୮୦୯୫ରେ ପହଞ୍ଚିଛି । ଏହାପୂର୍ବରୁ ନଭେମ୍ବର ୨୭ରେ ଦିଲ୍ଲୀରେ ସର୍ବାଧିକ ୩୮୧୮୧ ସକ୍ରିୟ ରୋଗୀ ଥିଲେ।

Show More

Related Articles

Back to top button