ଦେଶ ବିଦେଶ

ଆସିପାରେ କରୋନାର ତୃତୀୟ ଲହର

ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ

ପୃଥିବୀର ଅନେକ ଦେଶରେ ତୃତୀୟ ଲହର ଆସିଛି । ଅନେକ ଦେଶରେ ବି ଆସିନି ଏ ପର୍ଯ୍ୟନ୍ତ । ତେଣୁ ତୃତୀୟ ଲହର ପାଇଁ ଆମ ମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ରହିବାକୁ ପଡିବ । କେତେକ ଦେଶରେ ହୋଇଛି ଆମର ବି ହୋଇପାରେ ବୋଲି କହିଛନ୍ତି ଡ଼ିଏମଇଟି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡେଲଟା ପ୍ଲାସ ଭେରିଆଣ୍ଟ ଆମ ଦେଶରେ ମାତ୍ର ୭ଟି ଚିହ୍ନଟ ହୋଇଛି । ତାଙ୍କୁ ଚିହ୍ନଟ କରି ଆଇସୋଲେଟ କରାଯାଇଛି । ଆଗକୁ ଯଦି କିଏ ଏମିତି ଚିହ୍ନଟ ହେବେ, ତେବେ ତୁରନ୍ତ ସେମାନଙ୍କୁ ଆଇସୋଲେଟ କରାଗଲେ ଡେଲଟା ପ୍ଲାସ ଭେରିଆଣ୍ଟ ବିଶେଷ କ୍ଷତି କରିବ ନାହିଁ ।

 

ଏଥିପାଇଁ ଯାହା ଭିତ୍ତିଭୂମି ଦରକାର, ତାକୁ ଆମେ ପ୍ରସ୍ତୁତ କରି ରଖିଛୁ । ଭ୍ୟାକ୍ସିନେସନ ସେଣ୍ଟର ବି ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ କରି ରଖିଛୁ । ଭ୍ୟାକ୍ସିନେଟର ଆମର ଯଥେଷ୍ଟ ପରିମାଣର ଅନୁଭବ ହୋଇସାରିଛନ୍ତି । ଆଗକୁ ଆହୁରି ଅନେକଙ୍କୁ ଏଦିଗରେ ପ୍ରସ୍ତୁତ କରାଯିବ ।ବର୍ତ୍ତମାନ କେବଳ ନିର୍ଭର କରୁଛି, ଆମେ କେତେ ପରିମାଣର ଟିକା ପାଇବୁ । ଟିକା ମିଳିବା ଅନୁସାରେ ଆମେ ଟିକାକରଣ କରିପାରିବା । ଉପାନ୍ତ ଅଞ୍ଚଳରେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକମାନଙ୍କୁ ସଚେତନ କରାଯାଉଛି । ଏହା ଆମ ସମସ୍ତଙ୍କର ଦାୟିତ୍ୱ ତେଣୁ ଆମେ ସମସ୍ତେ ଚାଲନ୍ତୁ ସେମାନଙ୍କୁ ସଚେତନ କରିବା ।

Show More

Related Articles

Back to top button