ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣ

ପୂଜା ପାଇଁ କରୋନା ବ୍ୟାପିଲେ ଦାୟୀ ରହିବେ ପୂଜା ଆୟୋଜକ : ଗଞ୍ଜାମ ଜିଲ୍ଲାପାଳ

ପାର୍ବଣ ଋତୁକୁ ନେଇ ଗଞ୍ଜାମ ଜିଲ୍ଲା ଧୀରେ ଧୀରେ ଚଳଚଞ୍ଚଳ ହେବାରେ ଲାଗିଛି ।

ପ୍ରଥମେ ଗଣେଶ ପୂଜା ଏବଂ ପରେ ଦୁର୍ଗା ପୂଜାକୁ ନେଇ ଗାଁ ଗାଁରେ ଉତ୍ସାହ ଦେଖିବାକୁ ମିଳିଛି । ଏଭଳି ସମୟରେ ପୂଜା ଆୟୋଜକଙ୍କୁ ଚେତାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।ଜିଲ୍ଲାପାଳ କହିଛନ୍ତି ଯେ, ରୀତିନୀତିରେ ପୂଜା ଉପରେ କୌଣସି କଟକଣା ନାହିଁ । କିନ୍ତୁ କୌଣସି କାରଣରୁ ପୂଜା ପାଇଁ କରୋନା ସଂକ୍ରମଣ ବ୍ୟାପିବ, ତେବେ ପୂଜା ଆୟୋଜକମାନେ ଦାୟୀ ରହିବେ ।

 

Lord Ganesha , Ganesh Festival

ପୂଜା କମିଟି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଛନ୍ତି । ପୂଜା ନେଇ ପୂର୍ବରୁ ସ୍ବତନ୍ତ୍ର ରିଲିଫ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାରେ ପୂଜା ଆୟୋଜନ ହେବ ।

Show More

Related Articles

Back to top button