ଦେଶ ବିଦେଶମୁଖ୍ୟ ଖବର

ମାସେ ଯାଏଁ ଲାଗୁ ହେଲା ଲକଡାଉନ୍, କେବଳ ସ୍କୁଲ ଓ ଜରୁରୀ ସେବା ଖୋଲା

ସଂକ୍ରମଣ ରୋକିବାକୁ ବଡ ନିଷ୍ପତ୍ତି

ବିଶ୍ୱର ଅନେକ ଦେଶରେ କରୋନା ଭାଇରସର ପୁନଃ ସଂକ୍ରମଣ ଆରମ୍ଭ ହୋଇଯାଇଛି । ଏହାକୁ ନଜରରେ ରଖି ଅନେକ ଦେଶ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଫ୍ରାନ୍ସର ରାଜଧାନୀ ପ୍ୟାରିସ ଓ ଅନ୍ୟ ଅଞ୍ଚଳରେ ଗୋଟିଏ ମାସ ଯାଏଁ ଲକଡାଉନ୍ ଜାରି ହୋଇଛି । ତେବେ ଏହି ସମୟରେ ସ୍କୁଲ ଓ ଅନ୍ୟ ଜରୁରୀ ଦୋକାନ ଓ ସେବା ଚାଲୁ ରହିବ ।ଗତ ଫେବ୍ରୁଆରୀରେ ଫ୍ରାନ୍ସ ସମେତ ଅନ୍ୟ କିଛି ସ୍ଥାନରେ ଲକଡାଉନ୍ ଲାଗୁ ହୋଇଥିଲା । କାରଣ ଗତ ନଭେମ୍ବରରୁ ଏଠାରେ କରୋନା ଭାଇରସର ମାମଲା ବୃଦ୍ଧି ପାଇଥିଲା ।

ଏବେସୁଦ୍ଧା ଦେଶରେ ୯୧ ହଜାର ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୧ ଲକ୍ଷ ଟପିଛି । ବୁଧବାର ହିଁ ଦେଶରେ ୩୮ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ଏହାସହ ୨୪୧ ଜଣ ପ୍ରାଣ ହରାଇଥିଲେ ।ରାଜଧାନୀ ପ୍ୟାରିସ ସମେତ ଅନେକ ସ୍ଥାନର କରୋନାର ନୂଆ ଭାରିଏଣ୍ଟ ଦ୍ୱାରା ସଂକ୍ରମଣ ବଢିଛି । ଏପରିକି ଦେଶରେ ଆଇସିୟୁ ମଧ୍ୟ ଅଭାବ ରହିଛି । ଭାକସିନ୍ କମ୍ କାରଣରୁ ମଧ୍ୟ ଟିକାକରଣ ଅଭିଯାନରେ ସମସ୍ୟା ଉପୁଜିଛି ।ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଏଜେନ୍ସି ମୁଖ୍ୟ ଜେରୋମ ସୋଲାମୋନ୍ କହିଛନ୍ତି ଯେ, ସ୍ଥିତି ଜଟିଳ ରହିଛି । ତେଣୁ ଲକଡାଉନ୍ ଲଗାଇବାକୁ ପଡୁଥିବା ସେ ପ୍ରକାଶ କରିଛନ୍ତି ।

Show More

Related Articles

Back to top button