ଦେଶ ବିଦେଶ

ଧନ ପ୍ରାପ୍ତି ଓ ସମସ୍ତ ଇଛା ପୁର୍ଣ ପାଇଁ ରବିବାର ଦିନ ମହାଦେବ ଓ ସୂର୍ଯ୍ୟଙ୍କୁ ଏହିଭଳି କରନ୍ତୁ ପୂଜା

ରବିବାରରେ ସୂର୍ଯ୍ୟ ସହିତ ଶିବଙ୍କ ପୂଜାର ଅନେକ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ସୂର୍ଯ୍ୟଙ୍କ ସହିତ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଅନେକ ଇଛା ପୁର୍ଣ ହୋଇଥାଏ l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଭୋଳାନାଥ ହେଉଛନ୍ତି ସର୍ବ ଶକ୍ତିମାନ

ଶାସ୍ତ୍ରରେ ବର୍ଣ୍ଣନା ଅନୁସାରେ ଶିବ ଓ ସୂର୍ଯ୍ୟ ଦେବଙ୍କୁ ଏକାଠି ପୂଜା କରିବା ଦ୍ୱାରା ଘରେ ସୁଖଶାନ୍ତି ବଢିବା ସହିତ ଜୀବନରେ ସମସ୍ତ ଇଛା ମଧ୍ୟ ପୁରାଣ ହୋଇଥାଏ l

* ରବିବାର ଦିନ ସୂର୍ଯ୍ୟଙ୍କୁ ସକାଳେ ଅର୍ଘ୍ୟ ଦେବା ପରେ ମହାଦେବଙ୍କୁ ଜଳ ଚଢ଼ିବା ଆବଶ୍ୟକ କାରଣ ଏହା ଦ୍ୱାରା ପିତୃ ପୁରୁଷଙ୍କ ଆତ୍ମା ଶାନ୍ତ ହୋଇଥାଏ l

* ରବିବାର ଦିନ ଉଭୟ ସୂର୍ଯ୍ୟଦେବ ଓ ମହାଦେବଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରିବା ଉଚିତ l ତା ସହିତ ଯେତେବେଳେ ଆପଣ ଜଳ ଅର୍ଘ୍ୟ ରୂପେ ଅର୍ପଣ କରୁଛନ୍ତି ସେଥିରେ କାଳରାଶି ଅର୍ପଣ କରିବା ଉଚିତ l ଏହା ଦ୍ୱାରା ସନ୍ତାନ ମାନଙ୍କର ଜୀବନ ସୁଖମୟ ହୋଇଥାଏ l

* ରବିବାର ଦିନ ଯଦି ଆପଣ ଶିବ ଲିଙ୍ଗରେ ଜଳ ଅଭିଷେକ କରୁଛନ୍ତି ତେବେ ଆଦି କାଳର ଦେବତା ସୂର୍ଯ୍ୟ ଦେବଙ୍କୁ ପ୍ରଥମେ ଜଳ ଅଭିଷେକ କରନ୍ତୁ ଏହା ଦ୍ୱାରା ଆପଣଙ୍କ ପରିବାରର ସୁଖଶାନ୍ତି ବଜାଇ ରହିବ ଓ ଉନ୍ନତି ମଧ୍ୟ ହେବ l

* ରବିବାର ଦିନ ୨୧ ଟି ବେଲପତ୍ର ନେଇ ଚନ୍ଦନ ସହିତ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ ଓ ସେହିଭଳି ନାଲି ମନ୍ଦାର ଫୁଲ ନେଇ ସିନ୍ଦୁର ଲଗାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ଧନ ସମ୍ପଦର ଅଭାବ ରହିବ ନାହିଁ l

* ରବିବାର ଦିନଟି ସ୍ୱଭାଗ୍ୟ ଅର୍ଜନ କରିବା ପାଇଁ ଉପଯୁକ୍ତ ହୋଇଥିବା କାରଣରୁ ସୂର୍ଯ୍ୟଙ୍କ ପୂଜା ସହିତ ମହାଦେବଙ୍କ ପୂଜାର ଅନେକ ମାହାତ୍ମ୍ୟ ରହିଛି ତେଣୁ ଏହିଦିନ ଯଦି ଆପଣ କିଛି ଦୁଖିଙ୍କୁ ଅର୍ଣ୍ଣ ଦାନ କରିବେ ସନ୍ତାନ ମାନଙ୍କର ଭବିଷ୍ୟତ ଉଜ୍ବଳ ହେବ l

Show More

Related Articles

Back to top button