ଦେଶ ବିଦେଶସ୍ୱାସ୍ଥ୍ୟ

ଶରୀର ପାଇଁ ଜହର ଅଟେ ଧୁମ୍ରପାନ

ଏଥିରୁ ରକ୍ଷା ପାଇବାପାଇଁ ଆପଣାନ୍ତୁ ଏହି ଉପାୟ

ଧୂମପାନ ଅଭ୍ୟସ ଗୋଟିଏ ମାରାତ୍ମକ ଅଭୟାସ ଭାବରେ ବର୍ତ୍ତମାନ ସମୟରେ ଦେଖା ଦେଇଛି l ଦିନକୁ ଦିନ ଏହା ଦ୍ୱାରା ବିଶେଷ ଭବରେ ଯୁବପିଢ଼ି ଗ୍ରସ୍ତ ରହୁଥିବାର ଦେଖିବାକୁ ମିଳିଛି l ଧୂମପାନ ପାଇଁ ନିର୍ଦ୍ଧିଷ୍ଟ କୌଣସି ବୟସ ସୀମା ଆଉ ଦେଖା ଯାଉନାହିଁ l ସ୍କୁଲ ପାଠପଢା ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଧୂମପାନ ଆକ୍ରାନ୍ତ ହେଉଥିବାର ବିଭିନ୍ନ କାରଣ ଦିନକୁ ଦିନ ବୃଦ୍ଧି ପାଉଛି l

ଭାରତରେ ପାଖାପାଖି ୪୫ ପ୍ରତିଶତ ଲୋକ ଧୂମପାନ ଦ୍ୱାରା ଆକ୍ରାନ୍ତ ରହୁଛନ୍ତି ,ଏହା ଆମମାନଙ୍କ ଶରୀରରେ ସିଧା ସଳଖ ପ୍ରଭାବ ପକାଇଥାଏ l WHO ର ତଥ୍ୟ ଅନୁସାରେ ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷ ଲୋକ ଧୂମପାନ ଓ ତମ୍ବୁକୁ କାରଣରୁ ମୃତ୍ୟୁ ବାରଣ କରୁଛନ୍ତି l ଏହି ସମସ୍ୟା ଏତେ ବଡ଼ ନୁହେଁ ,ମଣିଷ ନିଜେ ଚାହିଁଲେ ତମ୍ବାଖୁ ଓ ଧୂମପାନରୁ ନିଜକୁ ଦୁରେଇ ରଖି ପାରିବ l ଧୂମପାନ କରିବା ଦ୍ୱାରା ହୃଦଘାତ ଓ କ୍ୟାନ୍ସର ଭଳି ଗମ୍ଭୀର ରୋଗ ହେବାର ସମସ୍ୟା ଦେଖା ଦେଉଛି l

* ଧୂମପାନ ଛାଡିବା ସାମାନ୍ୟ କଷ୍ଟକର ହୋଇଥିଲେ ମଧ୍ୟ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରି ଏହାକୁ ଛାଡି ପାରିବେ l ଅଥବା ଏଥିପାଇଁ ଆପଣ କୌଣସି ସେଣ୍ଟରର ସାହାଯ୍ୟ ମଧ୍ୟ ନେଇ ପାରିବେ l ଏହା ଆପଣଙ୍କ ପାଇଁ ଆରମ୍ଭରୁ କଷ୍ଟ ଦାୟକ ହୋଇ ପରେ କିନ୍ତୁ ସ୍ୱାସ୍ଥ୍ୟପାଇଁ ହିତକର ଅଟେ l

* ଅଧିକାଂଶ ଲୋକ ରହିଛନ୍ତି ଯେଉଁମାନେ ଚା କଫି ଓ ମଦ ସହିତ ସିଗାରେଟ ଟାଣିବାର ଅଭ୍ୟାସ ରଖି ଥାନ୍ତି l ଏହି କାରଣକୁ ଟ୍ରିଗର କୁହାଯାଏ l ଏଥିରୁ ରକ୍ଷା ପାଇବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ କାରଣ ମଦ ସହିତ ସିଗାରେଟ ଟାଣିବା ପାକସ୍ଥଳୀ କ୍ୟାନ୍ସରରେ ପୀଡିତ ହେବାର ସମ୍ଭାବନା ଅଟେ l ଧୂମପାନର ଧୂଆଁ ଏକ କାଳୀନ ଶ୍ୱାସ ନଳୀ ,ପାକସ୍ଥଳୀ ,ଫୁସଫୁସ ଓ ହୃତ୍ପିଣ୍ଡ ଉପରେ ପ୍ରଭାବ ପକାଇଥାଏ l

* କୌଣସି ପ୍ରକାର ଜିନିଷର ଅଭ୍ୟାସ କିଛି ସମୟ ପାଇଁ ଛାଡିବା କଷ୍ଟକର ହୋଇଥାଏ l ଯଦି ଆପଣ ସେହି ସମୟରେ ନିଜକୁ ନିୟନ୍ତ୍ରଣ କରି ପାରିଲେ ତେବେ ଆପଣ ଆପେ ଆପେ ଧୂମପାନ ଠାରୁ ଦୁରେଇ ରହି ପାରିବେ l ତେଣୁକରି ସାଧା ପାନ କିମ୍ବା ଚକଲେଟ ଖାଇ ସେ ଦିଗରୁ ନିଜ ମନକୁ ହଟାଇ ପାରିବେ l

* ଅଧିକାଂଶ ଗବେଷଣାରେ ଜଣାପଡିଛି ଯେ ସିଗାରେଟ ଛାଡିବା ପାଇଁ ନିକୋଟିଂ ଥେରାପି ଅତ୍ୟନ୍ତ ଲାଭ ଦାୟକ ଅଟେ l ସିଗାରେଟ ଛାଡିବାକୁ ଇଛା ରଖିଥିବା ବ୍ୟକ୍ତି ମାନଙ୍କର ମୁଣ୍ଡ ବିନ୍ଧା ସହିତ ମାନସିକ ଯନ୍ତ୍ରଣା ହେବାର ଅଧିକ ଦେଖାଯାଏ l ତେଣୁକରି ସିଗାରେଟ ଛାଡିବା ସମୟରେ ଅଧିକାଂଶ ଲୋକ ଶକ୍ତି କମ ହେବାର ଅନୁଭବ କରି ଥାନ୍ତି ଓ ଦିନେଦିନେ ଧରି ନିଜକୁ ମାନସିକ ଚିନ୍ତାଗ୍ରସ୍ତ ଭଳି ରଖନ୍ତି ,ଏଭଳି ଅନୁଭବ ନକରିବା ପାଇଁ ନିକୋଟିଂ ଗମ ବ୍ୟବହାର କରନ୍ତୁ l

Show More

Related Articles

Back to top button