Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱେଚ୍ଛାକୃତ ଅବସର ନେଲେ ଅଗ୍ନିଶମ ଡିଜି ସତ୍ୟଜିତ୍‌ ମହାନ୍ତି

ଭାରତୀୟ ପୁଲିସ୍‌ ସେବାରୁ ରବିବାର ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା, ହୋମଗାର୍ଡ ଏବଂ ସିଭିଲ୍‌ ଡିଫେନସ୍‌ ଡିଜି ଡ. ସତ୍ୟଜିତ୍‌ ମହାନ୍ତି । ସରକାର ତାଙ୍କ ଭିଆର୍‌ଏସ୍‌ ଆବେଦନକୁ ଗ୍ରହଣ କରିବା ପରେ ସେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହା ପରେ ସେ ଓପିଏସ୍‌ସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ ।

ଡ. ମହାନ୍ତି ଗତ ଜୁନ୍‌ ମାସରେ ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ବାହିନୀ ଡିଜି ଭାବେ ପ୍ରଥମେ ଅତିରିକ୍ତ ଦାୟିତ୍ୱ ଭାର ଗ୍ରହଣ କରିଥିଲେ । ପରେ ଜୁଲାଇରେ ତାଙ୍କୁ ରାଜ୍ୟ ସରକାର ସ୍ଥାୟୀ ଭାବେ ଉକ୍ତ ସଂସ୍ଥାରେ ନିୟୋଜିତ କରିଥିଲେ । ମାତ୍ର ୯ ମାସ ଦାୟିତ୍ୱ ଅବଧି ମଧ୍ୟରେ ଡ. ମହାନ୍ତି ଅଗ୍ନିଶମ ସେବା ସଂସ୍ଥା ପାଇଁ ବହୁ ଉନ୍ନୟମୂଳକ କାର୍ଯ୍ୟ କରିଥିଲେ ।

ରବିବାର ନିଜ ଚାକିରି କାଳର ଶେଷ ଦିନରେ ଅଗ୍ନିଶମ ସେବା ସଂସ୍ଥା ପାଇଁ ସବୁଠୁ ବଡ଼ ପଦକ୍ଷେପ ତଥା ବହୁ ପ୍ରତୀକ୍ଷିତ ଫାୟାର ସର୍ଭିସ୍‌ ମାନୁଆଲ୍‌ ରୁଲ୍‌ ଲାଗୁ କରିବା ପାଇଁ ଡ୍ରାଫ୍ଟକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇଛନ୍ତି । ଡ. ମହାନ୍ତିଙ୍କ ଆଇପିଏସ୍‌ ଚାକିରି କାଳ ଆସନ୍ତା ଅଗଷ୍ଟ ୩୧ରେ ଶେଷ ହୋଇଥାନ୍ତା । ମାତ୍ର ଚାକିରିକାଳ ଶେଷ ହେବାର ୬ ମାସ ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ।

Show More

Related Articles

Back to top button