Breaking PLUSଓଡ଼ିଶାମୁଖ୍ୟ ଖବର

ମଣ୍ଡି ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ଅସନ୍ତୋଷ । ବିଧାନସଭା ଭିତରେ ତାତି । ବାହାରେ ବି ଚାଷୀ ହୀନସ୍ତା ହେଉଛନ୍ତି । ମଣ୍ଡିରେ ଧାନ କିଣା ଯାଉ ନଥିବା ଅଭିଯୋଗରେ ତାତିଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଚାଷୀ

ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ଅସନ୍ତୋଷ । ବିଧାନସଭା ଭିତରେ ତାତି । ବାହାରେ ବି ଚାଷୀ ହୀନସ୍ତା ହେଉଛନ୍ତି । ମଣ୍ଡିରେ ଧାନ କିଣା ଯାଉ ନଥିବା ଅଭିଯୋଗରେ ତାତିଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଚାଷୀ । ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି । ତେଲକୋଇ ଅନ୍ତର୍ଗତ ଜଗମୋହନପୁରରେ ଚାଷୀ ଧାନ ବସ୍ତା କରି ରାସ୍ତାରୋକ କରିଛନ୍ତି ।

ରାସ୍ତାରେ ବସି ରହିଛନ୍ତି ଚାଷୀ । ଫଳରେ ଏହି ରାସ୍ତାରେ ବାଧାପ୍ରାପ୍ତ ହୋଇଛି ଗାଡ଼ିମୋଟର ଚଳାଚଳ । ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି । ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ମଣ୍ଡିରେ ସେମାନଙ୍କ ଧାନ କିଣାଯାଉନି । କାହାର ଟୋକନ ସମୟସୀମା ବି ସରି ଗଲାଣି । ବହୁ ଅସୁବିଧା ଭୋଗୁଛନ୍ତି । ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିବା ଚାଷୀ କହିଛନ୍ତି ।

Show More

Related Articles

Back to top button