Breaking PLUSଓଡ଼ିଶାମୁଖ୍ୟ ଖବର

କଟକରୁ ପୁଣି ନକଲି ଚା ପତି ଜବତ

ନକଲି କାରବାରର ହବ ପାଲଟିଛି କଟକ ସହର। ନକଲି କାରବାରକୁ ନେଇ କଟକ ଏବେ ତାର ନୂଆ ପରିଚୟ ସୃଷ୍ଟି କରିଛି। କାରଣ ଏଇ କିଛି ଦିନ ହେବ କଟକରୁ ବିଭିନ୍ନ ପ୍ରକାରର ନକଲି ସାମଗ୍ରୀ ତିଆରି ହେଉଥିବା ସ୍ଥାନ ଉପରେ ରେଡ ହୋଇଛି

ନକଲି କାରବାରର ହବ ପାଲଟିଛି କଟକ ସହର। ନକଲି କାରବାରକୁ ନେଇ କଟକ ଏବେ ତାର ନୂଆ ପରିଚୟ ସୃଷ୍ଟି କରିଛି। କାରଣ ଏଇ କିଛି ଦିନ ହେବ କଟକରୁ ବିଭିନ୍ନ ପ୍ରକାରର ନକଲି ସାମଗ୍ରୀ ତିଆରି ହେଉଥିବା ସ୍ଥାନ ଉପରେ ରେଡ ହୋଇଛି। ଯାହା ଜଣାପଡ଼ୁଛି ସିଲଭରସିଟିରେ ସବୁ ଭେଜାଲ। ଘିଅ ତେଲ ଓ ପନୀର ପରେ ଚା ପତି ବି ନକଲି। ଆଜି ପୁଣି କଟକରେ ଅପମିଶ୍ରିତ ଚା ଗୋଦାମ ଉପରେ ଜଢାଉ ହୋଇଛି। ନକଲି ଚା ତିଆରି ହେଉଥିବା ଖବର ପାଇଁ କଟକ ସଦର ପୋଲିସ ଚଢାଉ କରିଛି। ତେବେ ପୋଲିସର ଚଢ଼ାଉ ବେଳେ ୭ କ୍ୱିଣ୍ଟାଲ ଚା ଜବତ ହେବା ସହ ପୋଲିସ ଜଣକୁ ଅଟକ ରଖିଛି। କଟକ ସଦର ମୁକାମେଶ୍ୱର ଅଞ୍ଚଳରେ ଚାଲିଥିଲା ଅପମିଶ୍ରଣ ଚା ତିଆରି। ଯଦି ଦେଖିବା ଏହି ଚା ତଆରି ହେବା ପରେ କଟକର ବିଭିନ୍ନ ସ୍ଥାନକୁ ପଠାଯାଇଥାନ୍ତା।

Show More

Related Articles

Back to top button