ସ୍ୱାସ୍ଥ୍ୟ

ସକାଳୁ ଉଷୁମ ପାଣି ସହିତ ରସୁଣ ଖାଇବା ଦ୍ୱାରା ମିଳିଥାଏ ଚମତ୍କାରୀ ଲାଭ

ଆସନ୍ତୁ ଜାଣିବା ସେ ସବୁ କଣ

ଘରେ ପ୍ରତେକ ଦିନ ବ୍ୟବହାର ହେଉଥିବା ରସୁଣ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ l ସମସ୍ତେ ପ୍ରାୟ ଜାଣିଛନ୍ତି ରସୁଣାକୁ ରୋଷେଇ କରାଯାଇ ଖିଆ ଯାଇଥାଏ l କିନ୍ତୁ କଞ୍ଚା ରସୁଣ ଓ ଗରମ ପାଣି ଯଦି ଆପଣ ସକାଳୁ ସେବନ କରନ୍ତି ତେବେ ଏଥିରୁ ମିଳୁଥିବା ଲାଭ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l ଆଜି ଆସନ୍ତୁ ଜାଣିବା ଉଷୁମ ପାଣି ସହିତ କଞ୍ଚା ରସୁଣ ଖାଇବା ଦ୍ୱାରା କି ଲାଭ ମିଳିଥାଏ l

* କଞ୍ଚା ରସୁଣରେ ଆଣ୍ଟି ଆକ୍ସିଡେଣ୍ଟ ଓ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି ଯାହା ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଓ ଫୁଲାକୁ କମ କରିବାରେ ସାହାଯ୍ୟ କରିଥାଏ l ତେଣୁ ଆଣ୍ଠୁଗଣ୍ଠି ରୋଗୀମାନେ ପ୍ରତେକ ଦିନ ସକାଳୁ ଦୁଇ ପାଖୁଡା କଞ୍ଚା ରସୁଣ ଉଷୁମ ପାଣିରେ ସେବନ କଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରମ୍ଭ ମିଳିବ l

* ଚିନ୍ତାର ସମ୍ପର୍କ ଅଧିକାଂଶ ସମୟ ଆମର ପେଟ ସହିତ ରହିଥାଏ l ପେଟରେ ଏସିଡ ହେବ ଦ୍ୱାରା ମଣିଷ ଉତେଜନା ଲାଭ କରିଥାଏ ଓ ବ୍ୟସ୍ତ ହୋଇଥାଏ l ଏପରି ସ୍ଥଳେ କଞ୍ଚା ରସୁଣ ଦୁଇ ପାଖୁଡାକୁ ଉଷୁମ ପାଣିରେ ସେବନ କରିବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ l

* ରସୁଣ ସର୍ଦି ଓ କାଶକୁ ଦୂର କରିବାରେ ସାହାଯ୍ୟ କରିଥାଏ l ଯେଉଁ ବ୍ୟକ୍ତି ମାନେ ବର୍ଷକ ୧୨ ମାସ ଥଣ୍ଡା ରୋଗରେ ଆକ୍ରାନ୍ତ ରୁହନ୍ତି ସେମାନେ କଞ୍ଚା ରସୁଣାର ଗୋଟିଏ ପାଖୁଡାକୁ ଉଷୁମ ପାଣିରେ ସକାଳୁ ଖାଆନ୍ତୁ ଓ ସନ୍ଧ୍ୟାବେଳେ ମଧ୍ୟ ଖାଆନ୍ତୁ l ଏପରି କରିବା ଦ୍ୱାରା ଥଣ୍ଡା କମିବାର ଆଶଙ୍କା ରହିଛି l

* ରସୁଣ ପେଟ ସମ୍ବଧୀୟ ସମସ୍ୟାକୁ ଦୂର କରିଥାଏ l ତେଣୁକରି ପ୍ରତେକ ଦିନ ସକାଳୁ କଞ୍ଚା ରସୁଣ ଦୁଇ ପାଖୁଡା ଉଷୁମ ପାଣିରେ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ,ଗ୍ୟାସ ଓ ଏସିଡ଼ିଟି ସମସ୍ୟା ସହିତ ସମସ୍ତ ପେଟ ସମ୍ବଧୀୟ ରୋଗ ଦୂର ହୋଇଥାଏ l

* ରସୁଣରେ ଗାମା -ଗ୍ଲୁମି ସିଷ୍ଟନୀ ନାମକ ରସାୟନ ରହିଛି ,ଯାହା ହୃତ୍ପିଣ୍ଡର ଧମନୀରେ ବ୍ଳକେଜକୁ ଦୂର କରିଥାଏ l ତେଣୁ ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପିନ ପ୍ରତେକ ଦିନ ଉଷୁମ ପାଣି ସହିତ ରସୁଣ ଖାଆନ୍ତୁ l

Show More

Related Articles

Back to top button