Breaking PLUSଓଡ଼ିଶାମୁଖ୍ୟ ଖବର

+୨ରେ ନାମଲେଖା ପାଇଁ ଦଶମ ଶ୍ରେଣୀ ପିଲାଙ୍କୁ ଦେବାକୁ ପଡିପାରେ ପ୍ରବେଶିକା ପରୀକ୍ଷା

ରାଜ୍ୟରେ ପ୍ରଥମ ଥର ଯୁକ୍ତ ଦୁଇ ନାମଲେଖା କ୍ଷେତ୍ରରେ ପ୍ରବେଶିକା ପରୀକ୍ଷା କରିବାକୁ ଯୋଜନା କରାଯାଉଛି। ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢିବାର ସୁଯୋଗ ପାଇବେ ଏହାକୁ ଦୃଷ୍ଟିରେ ରଖି ଏଭଳି ଯୋଜନା କରାଯାଇଛି। ତେବେ ଏନେଇ ଏଯାବତ୍‌ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି।

ରାଜ୍ୟରେ ପ୍ରଥମ ଥର ଯୁକ୍ତ ଦୁଇ ନାମଲେଖା କ୍ଷେତ୍ରରେ ପ୍ରବେଶିକା ପରୀକ୍ଷା କରିବାକୁ ଯୋଜନା କରାଯାଉଛି। ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢିବାର ସୁଯୋଗ ପାଇବେ ଏହାକୁ ଦୃଷ୍ଟିରେ ରଖି ଏଭଳି ଯୋଜନା କରାଯାଇଛି। ତେବେ ଏନେଇ ଏଯାବତ୍‌ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଯୁକ୍ତ ଦୁଇ ନାମ ଲେଖାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବାକୁ ପ୍ରବେଶିକାର ଆବଶ୍ୟକତା ଥିବା ନେଇ ବୁଦ୍ଧିଜୀବି ଓ ଶିକ୍ଷାବିତ୍‌ମାନେ ମତପୋଷଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ଏଭଳି ବିଚାରବିମର୍ଶ ଚାଲିଛି।

ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାକୁ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ହୋଇଛି। ନବମ ପରୀକ୍ଷା ଓ ଦଶମ ଅଭ୍ୟାସ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏଥର ପରୀକ୍ଷା ହୋଇ ନଥିବାରୁ ମୂଲ୍ୟାୟନର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟତଃ ରାଜ୍ୟର ବହୁ ମେଧାବୀ ବିଦ୍ୟାର୍ଥୀ ଦଶମ ମୂଲ୍ୟାୟନ ଯୋଗୁଁ ଯୁକ୍ତଦୁଇ ନାମଲେଖା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି।

ଏହାକୁ ନେଇ ଚାପ ବଢୁଥିବାରୁ ପ୍ରବେଶିକା ପରୀକ୍ଷା ନେଇ ସରକାରୀ ସ୍ତରରେ ଚିନ୍ତନ କରାଯାଉଛି। କେବେଳ ଚଳିତ ବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା କ୍ଷେତ୍ରରେ ଏହି ପ୍ରବେଶିକା ପରୀକ୍ଷା କରାଯିବ। ରାଜ୍ୟର ପ୍ରତିଷ୍ଠିତ କନିଷ୍ଠ ମହାବିଦ୍ୟାଳୟ ଯୁକ୍ତ ଦୁଇ ନାମଲେଖା ପୂର୍ବରୁ ଏକକ ପ୍ରବେଶିକା ପରୀକ୍ଷା କରିବେ । ଆବେଦନ କରିଥିବା ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଯେଭଳି ମେଧାବୀ ଛାତ୍ରଛାତ୍ରୀ ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢିବାରୁ ବଞ୍ଚିତ ହେବେନି ଏହାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ଏହି ଯୋଜନା କରାଯାଉଛି। କନିଷ୍ଠ ମହାବିଦ୍ୟାଳୟକୁ ପ୍ରବେଶିକା ପରୀକ୍ଷା କରିବାକୁ ସରକାର ଅନୁମତି ପ୍ରଦାନ କରିବେ।

Show More

Related Articles

Back to top button