ସ୍ୱାସ୍ଥ୍ୟ

ଲୁଣ ଖାଇବା କମ୍ ଖାଇବା ହୋଇପାରେ ସ୍ୱାସ୍ଥ୍ୟ ପକ୍ଷରେ ହାନି କାରକ

ଆସନ୍ତୁ ଜାଣିବା-

ଯେ କୌଣସି ଜିନିଷର ଖୁବ କମ୍ ସେବନ କରିବା ଓ ଅଧିକ ସେବନ ସ୍ୱାସ୍ଥ୍ୟ ପକ୍ଷରେ ହାନିକାରକ ହୋଇପାରେ l ଏହି ନିୟମ ଲୁଣ ପାଇଁ ମଧ୍ୟ ଲାଗୁ ହୋଇଛି l ଲୁଣ ଅଧିକ ଖାଇବା ଦ୍ୱାରା ତ ଶରୀର ପାଇଁ କ୍ଷତି କାରକ ଏହି କଥା ପ୍ରାୟ ସମସ୍ତେ ଜାଣନ୍ତି , କିନ୍ତୁ ଆପଣ ହୁଏତ ଜାଣି ନଥିବେ ଲୁଣ କମ୍ ସେବନ କରିବା ମଧ୍ୟ ଶରୀର ପକ୍ଷରେ କ୍ଷତି କାରକ l ଆଜି ଆମେ ଆପଣଙ୍କୁ ଲୁଣ କମ୍ ଖାଇବା ଦ୍ୱାରା କଣ ହୋଇଥାଏ ସେହି ବିଷୟରେ କହିବୁ l

*କୋଲେଷ୍ଟ୍ରାଲ ହୋଇଥାଏ -୨୦୧୨ ରେ ହୋଇଥିବା ଏକ ଗବେଷଣା ଅନୁସାରେ କମ୍ ଲୁଣ ଖାଇବା ବ୍ୟକ୍ତି ମାନଙ୍କ ପାଖରେ କୋଲେଷ୍ଟ୍ରାଲ ଓ ଟ୍ରାଇଗ୍ଲିସରାଇଡ ସ୍ତର ଅଧିକ ଥିବାର ଜଣା ପଡିଥିଲା l

*ମଧୁମେହ ରେ ଆକ୍ରାନ୍ତ -କମ୍ ଲୁଣ ଖାଉଥିବା ବ୍ୟକ୍ତି ମାନଙ୍କ ପାଖରେ ମଧୁମେହ ହେବାର ବିପଦ ରହିଥାଏ l ଏହାର କାରଣ ଏହା ଅଟେ ଯେ କମ୍ ଲୁଣ ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ସୋଡିୟମ ମିଳି ନଥାଏ ,ଯାହାଦ୍ୱାରା ଆପଣ ଟାଇପ ୨ ମଧୁମେହର ଶିକାର ହୋଇଥାନ୍ତି l ଲୁଣ ଇନ୍ସୁଲିନକୁ କମ୍ କରିଥାଏ ଓ ଇନ୍ସୁଲିନ କମିଯିବା ମଧୁମେହର ପ୍ରଥମ ସ୍ତର ଅଟେ l

*ରକ୍ତଚାପ – ଆପଣ ଯଦି ଏହି ଡରରେ ରହିବେ ଯେ ଲୁଣ ଖାଇବା ଦ୍ୱାରା ଉଚ ରକ୍ତଚାପର ଶିକାର ହେବେ ତେବେ ତାହା ଭୁଲ ଅଟେ l ତେଣୁ ଜାଣି ରଖନ୍ତୁ ଯେ ଯଦି ଆପଣ ବିନା କାରଣରେ କମ୍ ଲୁଣ ଖାଉଛନ୍ତି ତେବେ ଆପଣ ନିମ୍ନ ରକ୍ତ ଚାପର ଶିକାର ହୋଇ ପାରନ୍ତି l

*ବିକାର ଭାବ ଜାଗ୍ରତ ହେବା – କମ୍ ଲୁଣ ଖାଇବା ଦ୍ୱାରା ବେଳେବେଳେ ଅବସାଦ ଗ୍ରସ୍ତ ହେଲାଭଳି ଲାଗିଥାଏ l ଯେପରିକି ବାନ୍ତି ଲାଗିବା ,ଛାତି ଥରିବା ,ମୁଣ୍ଡ ଭାରି ଲାଗିବା ସହିତ ବୁଲାଇବା ସମସ୍ୟା ଇତ୍ୟାଦି ଦେଖା ଦେଇଥାଏ ତେଣୁ ବିନା କାରଣରେ ଲୁଣ ଖାଇବା କମାଇବା ଉଚିତ ନୁହେଁ l

 

Show More

Related Articles

Back to top button