ସ୍ୱାସ୍ଥ୍ୟ

ଆତ ଖାଇବା ଦ୍ୱାରା ଶରୀରରେ ଦେଖାଯିବନି ରକ୍ତହୀନତା, ଡାଇବେଟିସ୍‌ରୁ ମିଳିବ ମୁକ୍ତି

ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଆତ । ଯେଉଁଥିରୁ କ୍ୟାଲସିୟମ୍ ଏବଂ ଫାଇବର ପରି ନ୍ୟୁଟ୍ରିଏଣ୍ଟସ୍ ପ୍ରଚୁର ପରିମାଣରେ ମିଳିଥାଏ

ଆର୍ଥ୍ରାଇଟିସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ । ଏହି ଗଛର ଛାଲକୁ ମଧ୍ୟ ଔଷଧ ତିଆରି ପାଇଁ ବ୍ୟବହାର କରାଯାଇଥାଏ । ତେବେ ଆତର ବିଭିନ୍ନ ଉପକାରିତା ମଧ୍ୟ ରହିଛି । ଯାହାକୁ ବ୍ୟବହାର କରି ଆପଣ ଅନେକ ପ୍ରକାରର ରୋଗରୁ ରକ୍ଷା ପାଇପାରିବେ ।

ମସ୍ତିସ୍କ ଶକ୍ତି ବୃଦ୍ଧି : ଆତରେ ଭିଟାମିନ୍ ବି-୬ ଭରପୁର ରହିଥାଏ । ଯାହା ମସ୍ତିଷ୍କକୁ ତୀବ୍ର କରିବା ସହିତ ବ୍ରେନ୍ କୁ ଫ୍ରେସ୍ ରଖିଥାଏ ।

ହାର୍ଟ ସମସ୍ୟା : ଆତରେ ମ୍ୟାଗ୍ନେସିୟମ୍ ରହିଥାଏ, ଯାହା ହୃତପିଣ୍ଡ ସମସ୍ୟାକୁ ଦୂର କରିଥାଏ । ତେଣୁ ହାର୍ଟ ରୋଗୀମାନେ ଆତ ଖାଇବା ନିହାତି ଆବଶ୍ୟକ ହୋଇଥାଏ ।

ରକ୍ତ ଚାପ : ଉଚ୍ଚ କିମ୍ବା ନିମ୍ନ ରକ୍ତଚାପ ରୋଗୀମାନେ ଆତ ଖାଇବା ଉଚିତ୍ ଏଥିରେ ପୋଟାସିୟମ୍ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

ହଜମ ପ୍ରକିୟା : ଆତରେ ପ୍ରଚୁର ପରିମାଣର ଫାଇବର ରହିଥାଏ, ଯାହା ହଜମ ପାଇଁ ସହାୟକ ହୋଇଥାଏ ।

ରକ୍ତହୀନତା: ଏହି ଫଳରେ ଥିବା ଆଇରନ୍ ଏବଂ କପର୍ ଶରୀରରେ ରକ୍ତ ଅଭାବକୁ ପୂରଣ କରିଥାଏ ।

ମଧୁମେହ ସମସ୍ୟାରୁ ମୁକ୍ତି : ଆତ ଖାଇବା ଦ୍ୱାରା ବ୍ଲଡ୍ ଶୁଗାରର ସ୍ତର କମିଯାଇଥାଏ, ଯାହା ମଧୁମେହ ସମସ୍ୟା ଦୂର କରିଥାଏ ।

ଡିପ୍ରେସନ୍ ର ସମସ୍ୟା ଦୂର କରିଥାଏ: ଏହି ଫଳରେ ଭିଟାମିନ୍-ବି ଥାଏ, ଯାହା ଡିପ୍ରେସନର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

However much and is more responsible for many lumbees you live, if the discount. cialis generic south africa Eating sponsored on rare and frequency of the fourth time and entertainment productions watch out in younger lunge milkmaids.

Show More

Related Articles

Back to top button