ବାଣିଜ୍ୟ

ମାଲାମାଲ ଇ-କମର୍ସ କମ୍ପାନୀ

ପାର୍ବଣ ସପ୍ତାହର ପ୍ରଥମ ୪ ଦିନରେ ବିକ୍ରି କରିଛି ୨.୭ କୋଟି ଡଲାର

ଇ-କମର୍ସ କମ୍ପାନୀ ପାର୍ବଣ ସପ୍ତାହର ପ୍ରଥମ ୪ ଦିନରେ ପ୍ରାୟ ୨.୭ କୋଟି ଡଲାର ବିକ୍ରି କରିଛନ୍ତି। ଏହି ଆକଳନ ୪.୮ ବିଲିୟନ ଡଲାରର ମୋଟ ବାଣିଜ୍ୟ ମୂଲ୍ୟ ଅଙ୍କ ହାସଲ କରିବାକୁ ଟ୍ରାକରେ ଅଛି। ପରମରଦାତା କମ୍ପାନୀ ରେଡସିର ଶନିବାର ଏହି ସୂଚନା ଦେଇଛନ୍ତି। ରେଡସିର ଗତ ମାସରେ ଅନୁମାନ କରିଥିଲା ଯେ ପାର୍ବଣ ସେଲର ପ୍ରଥମ ସପ୍ତାହରେ ଅନଲାଇନ୍ ପ୍ଲାଟଫର୍ମର ମୋଟ ବାଣିଜ୍ୟ ମୂଲ୍ୟ ବର୍ଷ ତୁଳନାରେ ୩୦ ପ୍ରତିଶତ ବୃଦ୍ଧି ହୋଇ ୪.୮ ବିଲିୟନ ଡଲାରରେ ପହଞ୍ଚିବ। ରେଡସିର ନିଜର ‘ମିଡ୍ ଫେଷ୍ଟିଭ୍ ଚେକ୍ ଇନ୍’ ରିପୋର୍ଟରେ କହିଛି ଯେ ଅକ୍ଟୋବର ପ୍ରଥମ ସପ୍ତାହରେ (ଅକ୍ଟୋବର ୨-୫) ଇ-କମର୍ସ ପ୍ଲାଟଫର୍ମରେ ପ୍ରାୟ ୨.୭ ବିଲିୟନ ଡଲାରର ବିକ୍ରି କରିଥିଲା। ଏହି ଆକଳନ ୪.୮ ବିଲିୟନ ଡ଼ଲାରର ମୋଟ ବାଣିଜ୍ୟ ମୂଲ୍ୟ ଅଙ୍କ ହାସଲ କରିବା ଟ୍ରାକରେ ଅଛି।

ପରାମର୍ଶଦାତା କମ୍ପାନୀ ଏହାର ରିପୋର୍ଟରେ କହିଛି ଯେ ୨୦୨୦ ରେ ଉତ୍ସବର ସପ୍ତାହର ପ୍ରଥମ ଚାରି ଦିନରେ ବିକ୍ରି ଉତ୍ସବର ମୋଟ ବିକ୍ରିର ୬୩ ପ୍ରତିଶତ ଥିଲା। ଏହି ଅଂଶ ଚଳିତ ବର୍ଷ ୫୭ ପ୍ରତିଶତରେ ପହଞ୍ଚିଛି। ବିକ୍ରିର ପ୍ରଥମ ଚାରି ଦିନ ମଧ୍ୟରେ ସ୍ମାର୍ଟଫୋନ୍ ବାଣିଜ୍ୟ ମୂଲ୍ୟର ପ୍ରାୟ ୫୦ ପ୍ରତିଶତ ଯୋଗଦାନ ଦେଇଛି। ଗତ ଦଶନ୍ଧି ମଧ୍ୟରେ ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନ୍ ଆସିବା ପରେ ଭାରତରେ ଇ-ବାଣିଜ୍ୟର ପ୍ରବେଶ ଜବରଦସ୍ତ ହୋଇଛି। ଭାରତୀୟ ଖୁଚୁରା ଶିଳ୍ପରେ ଏହା ବହୁତ ବଦଳିଛି। ପୂର୍ବ ଅପେକ୍ଷା ଏହାର ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି। ତଥ୍ୟ ଅନୁଯାୟୀ, ଭାରତର ଖୁଚୁରା କ୍ଷେତ୍ର ୨୦୦୯-୧୯ ମସିହାରେ ପ୍ରାୟ ୬୬.୯ ଲକ୍ଷ କୋଟି ବ୍ୟବସାୟ କରିଥିଲା, ଯାହା ଏହି କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକୁ ଦର୍ଶାଉଛି। ୨୦୧୦ ମସିହାରେ ଇ-ବାଣିଜ୍ୟର ଖୁଚୁରା ବଜାର ୭ ହଜାର କୋଟିରୁ କମ୍ ଥିଲା, ଯାହା ୨୦୧୯ ବର୍ଷରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

Show More

Related Articles

Back to top button