ଓଡ଼ିଶାପୂଜା ପାର୍ବଣ

ଆଜି ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା

ଆଜି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା । କରୋନା କଟକଣା ଭିତରେ ସ୍ୱତନ୍ତ୍ର ରୀତିନୀତିରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି । ତେବେ କୌଣସି ମଣ୍ଡପରେ ଭକ୍ତ, ମା’ ଜଗତଜନନୀଙ୍କ ଦର୍ଶନ କରିପାରୁନଥିବା ଦେଖାଯାଇଛି । କିଛି ଭକ୍ତ ଆସି ମଣ୍ଡପ ବାହାରେ ଅପେକ୍ଷା କରିଥିବା ଦୃଶ୍ୟ ଦେଖାଯାଇଥିଲେ ବି ସେମାନେ ପରଦା ପଛରେ ରହି ପୂଜା କରିଥିବା ଦେଖାଯାଇଛି । ତେବେ ଭକ୍ତ ଓ ମା’ଙ୍କୁ ଯୋଡ଼ିବା ପାଇଁ ମଣ୍ଡପ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୋସିଆଲ ମିଡିଆ ମାଧ୍ୟମରେ ପୂଜାର୍ଚ୍ଚନାର ସିଧା ପ୍ରସାରଣ କରାଯାଉଛି । ଘରେ ରହି ଭକ୍ତମାନେ ମା’ଙ୍କ ଦର୍ଶନ କରିପାରୁଛନ୍ତି । କରୋନା ମହାମାରୀ ପାଇଁ ସବୁଠି ନିରାଡମ୍ବର ଭାବେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁରର ବିଭିନ୍ନ ପୂଜା ମଣ୍ଡପରେ କରୋନା କଟକଣା ଭିତରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ସର୍ବପୁରାତନ ମନ୍ଦିର ଛକ ଓ ପଞ୍ଚମୂଖୀ ଛକଠାରେ ମଧ୍ୟ ପୂଜା ଚାଲିଛି । ମା’ ଦୁର୍ଗାଙ୍କର ପୂଜା ମଣ୍ଡପରେ ପଣ୍ଡିତଙ୍କ ବେଦମନ୍ତ୍ର ସାଙ୍ଗକୁ ଚଣ୍ଡୀପାଠରେ ଭକ୍ତିମୟ ହେଉଛି ପୁରା ପରିବେଶ ।

Show More

Related Articles

Back to top button