ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଝାଡା ବାନ୍ତି ଓ ପେଟର ବିଭିନ୍ନ ସଂକ୍ରମଣ ଦେଖାଦେଉଛି କି ?

ଆପଣାନ୍ତୁ ଏହି ଉପାୟ

ଗ୍ରୀଷ୍ମ ଋତୁରେ ପ୍ରାୟତଃ ସବୁବେଳେ କିଛି ନା କିଛି ରୋଗ ଲାଗି ରହିଥାଏ l ଯେମିତିକି ମ୍ୟାଲେରିଆ ,ଡେଙ୍ଗୁ ,ଚିକନଗୁନିଆ ,ଜ୍ୱର ଓ ଝାଡା ବାନ୍ତି ସହିତ ଫୁଡ ପଏଜନିଙ୍ଗ ଇତ୍ୟାଦି l ଗ୍ରୀଷ୍ମ ଦିନରେ ଗରମ ପ୍ରଭାବରୁ ଡାଇରିଆ ଏକ ବଡ଼ ସମସ୍ୟା ଭାବରେ ଦେଖା ଦେଇଥାଏ l ଆପଣ ଚାହିଁଲେ ଗ୍ରୀଷ୍ମ ପ୍ରକୋପରୁ ନିଜକୁ ଏହି ସମସ୍ୟାରୁ ରକ୍ଷା କରି ପାରିବେ l କିନ୍ତୁ ଏହା ପଛର କାରଣ ଜାଣି ରଖିବା ପ୍ରଥମେ ଆବଶ୍ୟକ l

* କଣ ପାଇଁ ହୋଇଥାଏ ଗରମ ଦିନରେ ଅଧିକ ଫୁଡ ପଏଜନିଙ୍ଗ – କାରଣ ଗ୍ରୀଷ୍ମ ଋତୁରେ ବ୍ୟାକ୍ଟେରିଆ ମାନେ ଅଧିକ ଦ୍ରୁତ ହୋଇ ଯାଇଥାଆନ୍ତି l ଯଦି ଖାଇବା ଜିନିଷକୁ ଆମେ ଅଧିକ ସମୟ ଧରି ବାହାରେ ରଖି ଦେଇଥାଉ ତେବେ ଏଥିରେ ଜୀବାଣୁ ସକ୍ରିୟ ହୋଇ ଯାଇଥାଆନ୍ତି l ତେଣୁ କରି ଖାଦ୍ୟକୁ ଅଧିକ ସମୟ ଧରି ଫ୍ରିଜରୁ ବାହାର କରି ରଖିବା ଉଚିତ ନୁହେଁ l

* କିଛିଟା ଖାଇବା ଜିନିଷକୁ ଅଧିକ ସମୟ ଧରି ବାହାରେ ରଖିବା ଉଚିତ ନୁହେଁ l ଯେପରିକି ମାଂସ ,ଅଣ୍ଡା ,ଦୁଗ୍ଧ ଜାତୀୟ ଜିନିଷ ,ରନ୍ଧା ଖାଦ୍ୟ ,ମଇଦାରେ ପ୍ରସ୍ତୁତ ହୋଇଥିବା ଜିନିଷ l ଏହି ଜିନିଷ ସବୁକୁ ଆପଣଙ୍କୁ ସେତିକି ସମୟ ପର୍ଯ୍ୟନ୍ତ ଫ୍ରିଜରେ ରଖିବା ଆବଶ୍ୟକ ଯେତେବେଳ ପର୍ଯ୍ୟନ୍ତ ଆପଣ ବ୍ୟବହାର କରୁ ନାହାନ୍ତି l

 

* ଗ୍ରୀଷ୍ମ ଋତୁରେ ବାୟୁ ସହିତ ବ୍ୟାକ୍ଟେରିଆ ଆସିଥାଏ ଓ ନିଜ ସହିତ ଅନେକ ସଂକ୍ରମଣ ନେଇ ଆସିଥାଏ l ଏହିଭଳି ଭାବରେ ଆମର ଇମ୍ୟୁନିଟି ସିଷ୍ଟମ ଅନେକ ପ୍ରକାରର ସଂକ୍ରମଣ ସଂସ୍ପର୍ଶରେ ଆସି ଯାଇଥାଏ ଓ ଆମର ଇମ୍ୟୁନିଟି ଖରାପ ମଧ୍ୟ ହୋଇ ଯାଇଥାଏ l ଆପଣଙ୍କୁ ଏହି ଋତୁରେ ସବୁ ଜିନିଷ ଧୋଇକି ଖାଇବା ଆବଶ୍ୟକ l

* ଏହି ସମୟରେ ଆପଣ ଖାଦ୍ୟକୁ ଠିକ ଭାବରେ ରୋଷେଇ କରି ଖାଇବା ଉଚିତ l ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟରେ ବିଭିନ୍ନ ସଂକ୍ରମଣ ହୋଇଥାଏ l ଗ୍ରୀଷ୍ମ ଋତୁରେ ଖାଦ୍ୟ ଖାଇବାର ୩୦ ମିନିଟ ପୂର୍ବରୁ ପାଣି ପିଇବା ଆବଶ୍ୟକ ଯାହାଦ୍ୱାରା ଆମ ଖାଦ୍ୟ ସୁବିଧାରେ ହଜମ ହୋଇଥାଏ ଓ ପାଚନ ପ୍ରକ୍ରିୟାରେ କୌଣସି ଅସୁବିଧା ହୋଇ ନଥାଏ l

* ଗ୍ରୀଷ୍ମ ଋତୁରେ ଟାଇଫଏଡ ଓ ଜଣ୍ଡିସ ଭଳି ରୋଗ ଦେଖା ଦେଇଥାଏ , ତେଣୁ ଏହି ସମୟରେ ପାଣିକୁ ଫୁଟାଇ ଥଣ୍ଡା କରି ପିଇବା ଉଚିତ l ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଯେପରିକି କୋଲ୍ଡ ଡ୍ରିଂକ୍ସ ଓ ଆଇସ କ୍ରିମ ଇତ୍ୟାଦି ଖାଇବା ଉଚିତ ନୁହେଁ l

Show More

Related Articles

Back to top button