ସ୍ୱାସ୍ଥ୍ୟ

ଗ୍ରୀଷ୍ମଋତୁରେ ସପେଟା ଫଳ ଆମ ଶରୀର ପାଇଁ ରାମବାଣ ସଦୃଶ

ଗ୍ରୀଷ୍ମ ଋତୁର ଫଳ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ସଫେଟା l ଅନ୍ୟ ଫଳ ମାନଙ୍କ ଭଳି ଏହି ଫଳରେ ମଧ୍ୟ ଅନେକ ପୋଷାକ ତତ୍ୱ ରହିଥାଏ ଏବଂ ଗରମ ଦିନେ ସେବନ କରିବା ଦ୍ୱାରା ଶରୀରକୁ ଅତ୍ୟନ୍ତ ଲାଭ ମିଳିଥାଏ

ସଫେଟାର ଦୁଇଟି ପ୍ରଜାତି ରହିଛି ଗୋଟିଏ ହେଲା ଛୋଟ ଓ ଅନ୍ୟଟି ବଡ଼ ପ୍ରଜାତି l ଛୋଟ ପ୍ରଜାତି ସଫେଟାଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର l

ସଫେଟାରେ ପୋଟାସିୟମ ,ଫସଫରସ ଓ କ୍ୟାଲସିୟମ ପ୍ରାର୍ଜ୍ୟାପ୍ତ ମାତ୍ରାରେ ରହିଛି l ଏହା ସାହିତ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ମଧ୍ୟ ସଫେଟାରେ ମିଳିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ଆସନ୍ତୁ ଆଜି ଜାଣିବା ଗ୍ରୀଷ୍ମ ଋତୁରେ ସଫେଟା ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ l

* ସଫେଟା ଖାଇବା ଦ୍ୱାରା ଶରୀରରୁ ଗ୍ରୀଷ୍ମ ଋତୁରେ ଜଳୀୟଅଂଶ କମ ହୋଇ ନଥାଏ ,କାରଣ ସଫେଟାରେ ଥିବା ଫାଇବର ଅଂଶ ଶରୀରକୁ ସତେଜ ରଖିବା ସହିତ ପାଣିର କମ ହେବାକୁ ଦେଇ ନଥାଏ l ତେଣୁ ଆପଣ ଗ୍ରୀଷ୍ମ ଋତୁରେ ସଫେଟା ଖାଇବା ଆବଶ୍ୟକ l

* ପ୍ରାୟ ସାଧାରଣତଃ ଗ୍ୟାସ ଏସିଡ଼ିଟି ସହିତ କୋଷ୍ଠକାଠିନ୍ୟ ସମସ୍ୟା ଗ୍ରୀଷ୍ମ ଋତୁରେ ଦେଖା ଦେଇଥାଏ l ଏହି ସବୁଥିରୁ ରକ୍ଷା ପାଇବା ପାଇଁ ସବୁଠୁ ଭଲ ଜିନିଷ ହେଲା ସଫେଟା,ଏଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି ଯାହା ଶରୀରର ପାଚନ କ୍ରିୟା ପାଇଁ ଲାଭ ଦାୟକ ଅଟେ l

* ସଫେଟାରେ ମିନେରାଲ ଓ ଭିଟାମିନ ଭରପୁର ମାତ୍ରାରେ ରହିଛି l ଯାହା ଗ୍ରୀଷ୍ମ ଋତୁରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ,କାରଣ ଅନ୍ୟ ଋତୁ ଅପେକ୍ଷା ଗ୍ରୀଷ୍ମ ଋତୁରେ ଆମର ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ l ସଫେଟାରେ ଆଣ୍ଟିଆକ୍ସିଡେଣ୍ଟ ରହିଥିବା ହେତୁ ଶରୀରରୁ ଖରାପ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ l

* ସଫେଟା ଗୋଟିଏ ଏପରି ଫଳ ଯାହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ l ଗ୍ରୀଷ୍ମ ଋତୁରେ ଆମ ମାନଙ୍କର ଅଧିକ ଝାଳ ବୋହିବା ଦ୍ୱାରା ଶରୀରରୁ ଗ୍ଲୁକୋଜ କମି ଯାଇଥାଏ l ଏହି ଗ୍ଲୁକୋଜର କମିକୁ ପୁରା କରିବା ପାଇଁ ସଫେଟା ଖାଇବା ଆବଶ୍ୟକ l

* ରକ୍ତଚାପର ରୋଗ ଆଜିକାଲିର ଗୋଟିଏ ସଧାରା ରୋଗ ହୋଇ ଯାଇଛି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସଫେଟାରକ୍ତଚାପକୁ ସନ୍ତୁଳିତ ରଖିବା ସହିତ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ l ଯେଉଁ ବ୍ୟକ୍ତି ମାନେ ମଧୁମେହ ରୋଗରେ ଆକ୍ରାନ୍ତ ନୁହନ୍ତି ଓ ରକ୍ତଚାପରେ ଗ୍ରାସିତ ଅଛନ୍ତି ସେମାନେ ସଫେଟା ଖାଇବେ ବୋଲି ଚିକିତ୍ସକ ମାନେ ମତ ଦେଇଥାନ୍ତି l

Show More

Related Articles

Back to top button