ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ନିଜ ଖାଦ୍ୟରେ ହେଙ୍ଗୁ ନିଶ୍ଚିନ୍ତ ଭାବରେ ସାମିଲ କରନ୍ତୁ

ମିଳିବ ଅନେକ ଲାଭ

ଅଧିକାଂଶ ଲୋକଙ୍କର ଧାରଣା ରହିଛି କି ହେଙ୍ଗୁ ପ୍ରୟୋଗ କେବଳ ଥଣ୍ଡା ଦିନରେ କରାଯାଇଥାଏ ,କିନ୍ତୁ ତାହା ଏଭଳି ନୁହେଁ l ଆପଣ ଯଦି ଗ୍ରୀଷ୍ମ ଋତୁରେ ନିଜର ଦୈନଦିନ ଖାଦ୍ୟରେ ହେଙ୍ଗୁ ସାମିଲ କରିବେ ଏହା ଆପଣଙ୍କ ଭୋଜନର ସ୍ୱାଦ ବଢାଇବା ସହିତ ହିତକର ଅଟେ l ଆପଣ ଏହାକୁ ବିଭିନ୍ନ ପ୍ରକାରର ତରକାରୀରେ ପ୍ରୟୋଗ କରି ପାରିବେ l ଆୟୁର୍ବେଦ ଅନୁସାରେ ହେଙ୍ଗୁର ପ୍ରୟୋଗ ଦ୍ୱାରା କୋଷ୍ଠକାଠିନ୍ୟ ,ପେଟର ରୋଗ ,ଗ୍ୟାସ ,ଏସିଡ଼ିଟି ,କିଡ୍ନୀ ରେ ଷ୍ଟୋନ ସମସ୍ୟା ଓ ମଧୁମେହ ପାଇଁ ଅତି ଲାଭ ଦାୟକ ଅଟେ l

* ପେଟରେ ଯଦି ଗ୍ୟାସ ସମସ୍ୟା ଦେଖା ଦେଉଛି ତେବେ ହେଙ୍ଗୁ ସେବନ କରିବା ଦ୍ୱାରା ଖୁବ ଆରାମ ମିଳିବ l ଏହା ବ୍ୟତୀତ ପେଟରେ ପାଚନ ସମସ୍ୟା ଦୂର ହେବ ଏବଂ ଗ୍ରୀଷ୍ମ ଋତୁରେ ହେଉଥିବା ଛାତି ଜ୍ୱାଳା ଓ ଏସିଡ଼ିଟି ଇତ୍ୟାଦି ଦୂର ହେବ l

* ଗ୍ରୀଷ୍ମ ଋତୁରେ ଥଣ୍ଡା ଓ ଗରମର ପ୍ରକୋପରେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ l ଏହି ସମୟରେ ହେଙ୍ଗୁର ଘରୋଇ ଉପାୟ ଦ୍ୱାରା ଦାନ୍ତ ଯନ୍ତ୍ରଣାକୁ ଦୂର କରାଯାଇ ପାରିବ l ହେଙ୍ଗୁରେ ଯନ୍ତ୍ରଣା କମ କରିବାର ଗୁଣ ସହିତ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ମଧ୍ୟ ରହିଛି ସେଥିପାଇଁ ଲାଭ ଦାୟକ l

* ଗରମ ଦିନେ ଯାଦୁ ହେବ ଏକ ସମସ୍ୟା ଭାବରେ ଦେଖା ଦେଇଥାଏ l ଅଧିକ ଝାଳ ବୋହିବା ଦ୍ୱାରା ଆମେ ଏହି ସମସ୍ୟାରେ ଆକ୍ରାନ୍ତ ହୋଇଥାଉ ,ଏଭଳି ହେଉଥିଲେ ହେଙ୍ଗୁ ଗୁଣ୍ଡକୁ ପାଣିରେ ମିଶାଇ ଯାଦୁ ହୋଇଥିବା ସ୍ଥାନରେ ଲଗାଇବେ ତାହା ଠିକ ହୋଇଯିବ l

* ଯଦି ନିମୁନିଆ ସମସ୍ୟା ଦେଖା ଯାଉଛି ତେବେ ହେଙ୍ଗୁ ସେବନ କରିବା ହିତକର l ହେଙ୍ଗୁରେ କଫ କମ କରିବା ସହିତ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି ଯାହା ନିମୁନିଆ ଲକ୍ଷଣକୁ କମ କରିବାରେ ସାହାଯ୍ୟ କରେ l

* ଯଦି କୌଣସି ମଧୁମେହ ରୋଗୀ ଉଚ ଶର୍କରା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ସେମାନଙ୍କ ପାଇଁ ହେଙ୍ଗୁ ଲାଭ ଦାୟକ ଅଟେ l ଏହା ରକ୍ତରେ ଶର୍କରାର ସ୍ତରକୁ କମ କରିଥାଏ l

* ଆୟୁର୍ବେଦରେ ଯଦି ଅଧିକ ଜ୍ୱର ହୋଇ କମି ନଥାଏ ତେବେ ପୁରୁଣା ଘିଅରେ ହେଙ୍ଗୁ ପକାଇ ନାକରେ ପକାଇବା ଦ୍ୱାରା ଟାଇଫଏଡ ଜ୍ବରରୁ ଆରମ୍ଭ ମିଳିଥାଏ l

Show More

Related Articles

Back to top button