ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଭେଣ୍ଡି ଜୁସ୍ ପିଇବା ଦ୍ୱାରା ଶରୀରକୁ କି ଲାଭ ମିଳିଥାଏ

ଆସନ୍ତୁ ଜାଣିବା

ଖରାଦିନେ ଆମେ ବଜାରରେ ବିଭିନ୍ନ ପରିବା ପତ୍ର ଦେଖିଥାଉ ,ସେଗୁଡିକ ମଧ୍ୟରୁ ଭେଣ୍ଡି ହେଉଛି ଗୋଟିଏ l ଭେଣ୍ଡି ଶରୀର ପାଇଁ ଅତି ଲାଭ ଦାୟକ ଅଟେ ଏହାକୁ ଆମେ ରାନ୍ଧି ଖାଇଥାଉ ,କିନ୍ତୁ ଏହାଠାରୁ ଅଧିକ ହିତକର ହେଉଛି ଭେଣ୍ଡିର ଜୁସ ପିଇବା l ଭେଣ୍ଡିରେ ରହିଛି ଅନେକ ପୋଷକତତ୍ୱ ଯେପରି କି ଭିଟାମିନ-ସି ,ଆଇରନ ,ଫୋଲେଟ ,ଆଣ୍ଟିବ୍ୟାକ୍ଟେରିଆ ଓ ଫାଇବରରେ ଭରପୁର ଅଟେ l ଆପଣ ୫ଟି ସତେଜ ଭେଣ୍ଡିକୁ ନିଅନ୍ତୁ ଓ ଭଲରେ ଧୋଇ ଦିଅନ୍ତୁ l ଏହାପରେ ଗ୍ରାଇଣ୍ଡରରେ ପକାଇ ଭଲରେ ଗ୍ରାଇଣ୍ଡି କରି ପିଇ ନିଅନ୍ତୁ l

ଭେଣ୍ଡି ଜୁସ ପିଇବା ଦ୍ୱାରା କଣ ଲାଭ ମିଳିଥାଏ –

* ହୃତପିଣ୍ଡ ପାଇଁ ଏହା ଖୁବ ଲାଭ ଦାୟକ l ଏଥିରେ ଭିଟାମିନ -କେ ଓ ଫାଇବର ଭରପୁର ମାତ୍ରାରେ ରହିଥିବା କାରଣରୁ ଏହା କୋଲେଷ୍ଟ୍ରଲର ସ୍ତରକୁ ନିୟନ୍ତ୍ରିତ ରଖିଥାଏ l

* ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହୁଛି ତେବେ ଏହି ଜୁସ ପିଇବା ଦ୍ୱାରା ତାହା ମଧ୍ୟ ଦୂର ହୋଇଯିବ କିନ୍ତୁ ଏହାକୁ ସୀମିତ ମାତ୍ରାରେ ପିଇବା ଆବଶ୍ୟକ l

* ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଥିବା କାରଣରୁ ଭେଣ୍ଡି ଖାଇବା ଦ୍ୱାରା ଆପଣ ବିଭିନ୍ନ ଋତୁ ଜନିତ ରୋଗରୁ ଦୁରେଇ ରହିବେ l ଭେଣ୍ଡିରେ ଭିଟାମିନ-ସି ଅଧିକ ମାତ୍ରାରେ ରହିଛି ତେଣୁ ଥଣ୍ଡା ସମୟରେ ତଣ୍ଟି ଦରଜ ଓ କାଶ ଇତ୍ୟାଦିରୁ ଆରମ୍ଭ ମିଳିଥାଏ l

* ଭେଣ୍ଡିରେ ଭିଟାମିନ-କେ ଅଧିକ ପରିମାଣରେ ଥିବା କାରଣରୁ ଏହା ହାଡ଼କୁ ମାଝବୁତ କରିଥାଏ l ତେଣୁ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦ୍ୱାରା କଷ୍ଟ ପାଉଥିବା ବ୍ୟକ୍ତି ମାନେ ଦିନକୁ ଅତି କମରେ ୫ଟି ଭେଣ୍ଡି ଜୁସ ପିଇବା ଆବଶ୍ୟକ l

Show More

Related Articles

Back to top button