ସ୍ୱାସ୍ଥ୍ୟ

ଦୁଗ୍ଧ ସହିତ ମାତ୍ର ୨ଟି ଗୁଜୁରାତି ଖାଆନ୍ତୁ , ପାଇବେ ଚମତ୍କାର ଲାଭ

ଗୁଜୁରାତି ଗୋଟିଏ ମସଲା ବୋଲି ଆମେ ସମସ୍ତେ ଜାଣିଛୁ l ଉଭୟ ମିଠା ଓ ଲୁଣିଆ ଜିନିଷରେ ଗୁଜୁରାତିର ବ୍ୟବହାର କରାଯାଇଥାଏ l ଏହାର ବାସ୍ନା ଖାଦ୍ୟର ସ୍ବାଦକୁ ବଢ଼ାଇ ଦେଇଥାଏ

ରୋଷେଇ ଘରର ସମସ୍ତ ମସଲା ଭିତରୁ ଏହି ମସଲା ଚା ଠାରୁ ନେଇ ତରକାରୀ ପର୍ଯ୍ୟନ୍ତ ସବୁଥିରେ ବ୍ୟବହାର କରା ଯାଇଥାଏ l ଏହି ଗୁଜୁରାତିର ମଧ୍ୟ ଔଷଧୀୟ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର l ଆସନ୍ତୁ ଜାଣିବା ଗୁଜୁରାତିର ଆୟୁର୍ବେଦ ଉପକାର l

* ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ – ଗୁଜୁରାତି ଓ ଦୁଗ୍ଧାକୁ ଏକା ସହିତ ପୀଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ l ଉଭୟ ଜିନିଷରେ ମାଗ୍ନେଶୀୟମ ଓ ପୋଟାସିୟମ ପ୍ରଚୁର ପରିମାଣରେ ରହିଛି l ଯାହା ବ୍ଲଡ଼ ଶର୍କୁଲେସନ କୁ ସାମାନ୍ୟ କରିବାରେ ସାହାଯ୍ୟ କରିଥାଏ l

* ଋତୁ ସଂକ୍ରମଣ ରୋଗ ଠାରୁ ଦୁରେଇ ରଖେ – ସାଧାରଣତଃ ଋତୁ ପରିବର୍ତ୍ତନ ସମୟରେ ଥଣ୍ଡା ଓ କାଶ ଇତ୍ୟାଦି ହେବା ଗୋଟିଏ ସାଧାରଣ ସମସ୍ୟା l ଏଥିରୁ ଦୁରେଇ ରହିବା ପାଇଁ ପ୍ରତେକ ଦିନ ଗୁଜୁରାତି ଓ ଦୁଗ୍ଧ ପିଅନ୍ତୁ l କାରଣ ଏହା ଇମ୍ୟୁନ ସିଷ୍ଟମକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ l

* ହାଡ଼ ହେବ ମଜବୁତ – ଦୁଗ୍ଧରେ କ୍ୟାଲସିୟମ ରହିଥାଏ ଆପଣ ଏହା ଜାଣିଛନ୍ତି ,କିନ୍ତୁ ଗୁଜୁରାତି କ୍ୟାଲସିୟମରେ ଭରପୁର ଅଟେ l ଯେତେବେଳ ଦୁଗ୍ଧ ଓ ଗୁଜୁରାତି ମିଶି ଯାଇଥାଏ ଏହାର ଶରୀରର କ୍ୟାଲସିୟମ ମାତ୍ରାକୁ ବଢ଼ାଇ ଦେଇଥାଏ l ଏହାଦ୍ୱାରା ହାଡ଼ ସୁସ୍ଥ ହୋଇଥାଏ l

* ମୁଖ ଗହ୍ୱରର ସମସ୍ୟାକୁ ଦୂର କରିଥାଏ – ସାଧାରଣତଃ ପେଟ ସଫା ନହେଲେ ଓ ପେଟ ଗରମ ହେଲେ ମୁଖ ଗହ୍ୱରର ସମସ୍ୟା ଦେଖା ଦେଇଥାଏ l ଅଧିକାଂଶ ସମୟ ଏହି କାରଣରୁ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l ଏଭଳି ସ୍ଥିତିରେ ଦୁଗ୍ଧ ଓ ଗୁଜୁରାତି ସେବନ କରିବା ଦ୍ୱାରା ସମସ୍ତ ମୁଖ ଗହ୍ୱର ଅସୁବିଧା ଦୂର ହୋଇ ଯାଇଥାଏ l

Show More

Related Articles

Back to top button