ଦେଶମୁଖ୍ୟ ଖବର

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ

ଦିଲ୍ଲୀରେ ପ୍ରବଳ ବର୍ଷା । ଏହା ଯୋଗୁଁ ଦିଲ୍ଲୀରେ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଘରୋଇ ପାଣିପାଗ ବିଭାଗ ଏଜେନ୍ସି ସ୍କାଏମେୟ ସୂଚନା ଅନୁସାରେ ଗତ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ ହୋଇଛି ।

ସଫଦରଜଙ୍ଗରେ ଆଜି ସକାଳ ୫.୩୦ ପର୍ଯ୍ୟନ୍ତ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଏବଂ ପାଲାମରେ ୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଗାଜିଆପୁର ଫଳ ମାର୍କଟ ଜଳଗମ୍ନ ହୋଇଯାଇଛି । ବିମାନ ଚଳାଚଳ ଓ ରେଳଚଳା ବାଧାପ୍ରାପ୍ତ ହୋଇଛି । ସେପଟେ ଆଜି ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button