ଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀ​‌ରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ, ପୂର୍ବ ଭଳି ଲାଗୁ ରହିବ କଟକଣା

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି କେଜ୍ରିଓ୍ବାଲ୍‌ ସରକାର ରାଜ୍ୟରେ ଲାଗିଥିବା ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ବଢ଼ାଇ ଦେଇଛନ୍ତି। ଏହା ପୂର୍ବରୁ ଲାଗିଥିବା ଲକ୍‌ଡାଉନ୍‌ ଅବଧି ୩ ମେ’ ସକାଳ ୫ ପର୍ଯ୍ୟନ୍ତ ଥିଲା। ଯାହାକି ଏବେ ୧୦ ମେ’ ସକାଳ ୫ ଯାଏ ଘୁଞ୍ଚାଇ ଦିଆଯାଇଛି

ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ୍‌ରରେ ସୂଚନା ଦେଇଛନ୍ତି।ଏହି ସମୟରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ । ଏହା ପୂର୍ବରୁ ବ୍ୟବସାୟୀ ସଂଗଠନ ୩ ମେ’ ପରେ ଦୋକାନ ଖୋଲିବ ନାହିଁ ବୋଲି ଘୋଷଣା କରିଥିଲା । ସେମାନଙ୍କ ପକ୍ଷରୁ ସ୍ବଇଚ୍ଛାରେ ଲକ୍‌ଡାଉନ୍‌ ଲଗାଇଦିଆଯିବ। ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ୧୫୦ରୁ ଅଧିକ ବ୍ୟବସାୟ ସଂଗଠନ ନେତା ଏନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ଲକ୍‌ଡାଉନ୍‌ ଘୁଞ୍ଚାଇଥିବା ବେଳେ ଏହାକୁ ଆଗକୁ ବଢ଼ାଯିବ କି ନାହିଁ ସେନେଇ ଜଣାପଡ଼ିପାହିଁ।

ମିଳିଥିବା ସୂଚନା ଅନୁସାରେ ବ୍ୟବସାୟୀ ମହାସଂଘ (କ୍ୟାଟ) ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଏକ ପତ୍ର ଲେଖାଯାଇଥିଲା। ଲକ୍‌ଡାଉନ ପରେ ବି କରୋନା ଗତିରେ ବ୍ରେକ ଲାଗିନାହିଁ ବୋଲି ଉଲ୍ଲେଖ ଥିଲା। ତେଣୁ ଲକଡାଉନ୍‌ ଅବଧି ବୃଦ୍ଧି କରିବାର ଆବଶ୍ୟକତା ଅଛି ବୋଲି ଅପିଲ୍‌ କରାଯାଇଥିଲା। କ୍ୟାଟର ରାଷ୍ଟ୍ରୀୟ ମନ୍ତ୍ରୀ ପ୍ରବୀନ ଖଣ୍ଡେଲଓ୍ବାଲ୍‌ କହିଛନ୍ତି, ଲକ୍‌ଡାଉନ୍‌ ପରେ ବି ଲୋକେ ଏ​‌ଣେ ତେଣେ ବୁଲୁଥିବାର ଦେଖିବାକୁ ମିଳୁଛି। ଏପରି ସ୍ଥଳେ ଲକ୍‌ଡାଉନ୍‌ର ମହତ୍ବ ବେକାର ହୋଇଯାଉଛି।

Show More

Related Articles

Back to top button