
ଏହା ଚିଲି ଏବଂ ଆର୍ଜେଣ୍ଟିନାର କିଛି ଭାଗରେ ଦୃଶ୍ୟମାନ ହେବ। ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଚନ୍ଦ୍ରର ଛାଇ ଦ୍ୱାରା ଆଚ୍ଛାଦିତ ହେବ |ସୂଚନା ଅନୁଯାୟୀ, ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗ, ଦକ୍ଷିଣ-ପଶ୍ଚିମ ଆଫ୍ରିକାରେ ଦୃଶ୍ୟମାନ ହେବ ଏବଂ ଆଣ୍ଟ୍ରାଟିକାରେ ଆଂଶିକ ସୂର୍ଯ୍ୟ ଗ୍ରହଣ ଦେଖାଯିବ। ଡିସେମ୍ବର ୧୪ରେ ସୂର୍ଯ୍ୟ ପରାଗ ସନ୍ଧ୍ୟା ୭ଟା ୩ରେ ଆରମ୍ଭ ହେବା ସହ ଡିସେମ୍ବର ୧୫ର ପୂର୍ବାହ୍ନ ୧୨.୨୩ରେ ଶେଷ ହେବ।
ସର୍ବାଧିକ ସୂର୍ଯ୍ୟୋପରାଗ ରାତି ୯.୪୩ରେ ହେବ ବୋଲି ଆଶା କରାଯାଉଛି। ତେବେ ଭାରତରେ ଦିନ ସମୟରେ ସୂର୍ଯ୍ୟୋପରାଗ ହେବ ନାହିଁ।ଉଲ୍ଲେଖଯୋଗ୍ୟ, ଜୁନ୍ ୨୧ ତାରିଖ ଦିନ ବିଶ୍ବବାସୀ ୨୦୨୦ର ପ୍ରଥମ ସୂର୍ଯ୍ୟୋପରାଗ ଦେଖିଥିଲେ। ପୂର୍ଣ୍ଣ ସୂର୍ଯ୍ୟୋପରାଗ ହେଲେ ସୂର୍ଯ୍ୟ ଉପରେ ଚନ୍ଦ୍ରର ଛାଇ ପୂରାମାତ୍ରାରେ ପଡ଼ିଥାଏ କିନ୍ତୁ, ଆଂଶିକ ସୂର୍ଯ୍ୟୋପରାଗରେ ସୂର୍ଯ୍ୟରେ କିଛି ଅଂଶ ଅସ୍ପଷ୍ଟ ହୋଇଯାଏ। ମାତ୍ର ଜୁନ୍ ୨୧ ହୋଇଥିବା ସୂର୍ଯ୍ୟୋପରାଗଟି ବଳୟଯୁକ୍ତ ଥିଲା। ବଳୟଯୁକ୍ତ ସୂର୍ଯ୍ୟୋପରାଗରେ ସୂର୍ଯ୍ୟର ଧାରରେ ଅଗ୍ନିର ଏକ ମୁଦ୍ରିକା ବା ବଳୟ ସୃଷ୍ଟିହୁଏ।