ସ୍ୱାସ୍ଥ୍ୟ

ଡାର୍କ ଚକୋଲେଟ୍: ଚିନ୍ତା ଦୁର କରିବା ସହିତ ହୃତପିଣ୍ଡ ରଖିଥାଏ ସୁସ୍ଥ

ଚକୋଲେଟ୍ ଖାଇବାକୁ ପିଲାମାନଙ୍କଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । ଡାର୍କ ଚକୋଲେଟ୍ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଏହା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ଅନେକ ଅଧ୍ୟୟନରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଶରୀର ଅନେକ ପ୍ରକାରର ରୋଗରୁ ରକ୍ଷା ପାଇଥାଏ । ଏହା ସୁଗାର ଏବଂ ହାର୍ଟ ସମ୍ବନ୍ଧୀୟ ରୋଗକୁ ଶରୀରଠାରୁ ଦୂରଇ ରଖିଥାଏ । କେବଳ ଏତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ଷ୍ଟ୍ରେସ୍ ମଧ୍ୟ କମିଥାଏ । ତେବେ ଚାଲନ୍ତୁ ଜାଣିବା ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ମିଳୁଥିବା ଫାଇଦା ।ଷ୍ଟ୍ରେସ୍ କରିଥାଏ କମ୍ :

ଷ୍ଟ୍ରେସ୍ ଏପରି ଏକ ଜିନିଷ ଯାହା ମଣିଷକୁ ବ୍ୟଥିତ କରିଥାଏ । ଷ୍ଟ୍ରେସ୍ ଅନେକ ଗମ୍ଭୀର ରୋଗର ମୁଖ୍ୟ କାରଣ ବୋଲି କୁହାଯାଏ । ଷ୍ଟ୍ରେସ୍ ରୁ ରକ୍ଷା ପାଇବା ପାଇଁ ଡାର୍କ ଚକୋଲେଟ୍ ବହୁତ ସାହାଯ୍ୟକାରୀ ହୋଇହୋଇଥାଏ । ବାସ୍ତବରେ ଡାର୍କ ଚକୋଲେଟରେ ଷ୍ଟ୍ରେସ୍ କମ୍ କରିବାର ବିଶେଷ ଗୁଣ ରହିଥାଏ ।

ହାର୍ଟ ସମ୍ବନ୍ଧୀୟ ରୋଗରୁ ଦୂରେଇ ରଖିଥାଏ :

ଡାର୍କ ଚକୋଲେଟରେ କାର୍ଡିଓପ୍ରୋଟେକ୍ଟିଭ୍ ଗୁଣ ରହିଥାଏ । ଏହା ହାର୍ଟକୁ ଅନେକ ପ୍ରକାରର ଗମ୍ଭୀର ରୋଗରୁ ରକ୍ଷା କରିଥାଏ । ହୃଦ୍‌ରୋଗରୁ ରକ୍ଷା ପାଇବା ପାଇଁ ଡାର୍କ ଚକୋଲେଟ୍ ଖାଇପାରିବେ ।

ବ୍ଲଡ୍ ପ୍ରେସର୍ କମ୍ କରିଥାଏ :

ବ୍ଲଡ୍ ପ୍ରେସର୍ ର ବର୍ଦ୍ଧିତ ସ୍ଥିତିକୁ ହାଇପରଟେସନ୍ କୁହାଯାଏ । ଯେଉଁମାନଙ୍କର ହାଇ ବ୍ଲଡ୍ ପ୍ରେସର୍ ସମସ୍ୟା ଥାଏ ସେମାନେ ଡାର୍କ ଚକୋଲେଟ୍ ଖାଇବା ଉଚିତ୍ । ଡାର୍କ ଚକୋଲେଟରେ ମ୍ୟାଗ୍ନେସିୟମ୍ ର ମାତ୍ରା ମିଳିଥାଏ, ଯାହା ବ୍ଲଡ୍ ପ୍ରେସର୍ କୁ କମ୍ କରିବାରେ ସାହାଯ୍ୟ କରିଥାଏ ।

Show More

Related Articles

Back to top button