Breaking PLUSଓଡ଼ିଶାପାଣିପାଗ

ଓଡ଼ିଶା ଛୁଇଁନପାରେ ବାତ୍ୟା ‘ଜୱାଦ’!

ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ । ଏହା ଗଭୀର ଅବପାତରେ ପରିଣତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ଏହି ସୂଚନା ଦେଇଛି ।

ଏଥିରେ କୁହାଯାଇଛି, ଅପରାହ୍ନ ସାଢ଼େ ୫ଟାରେ ବାତ୍ୟା ‘ଜୱାଦ’ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଏବେ ବିଶାଖାପାଟଣାରୁ ୧୮୦ କିମି ଓ ଗୋପାଳପୁରରୁ ୨୬୦ କିମି ଦୂରରେ ଅଛି । ସେହିପରି ପୁରୀ ଠାରୁ ୩୩୦ କିମି ଓ ପାରାଦୀପରୁ ୪୨୦ କିମି ଦୂରରେ ରହିଛି ।

ଏହି ସୂଚନା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି, ଜୱାଦ ଓଡ଼ିଶା ଛୁଇଁନପାରେ ବୋଲି ଆଶା କରାଯାଉଛି । ଯଦି ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଯାଏ, ତା’ହେଲେ ଓଡ଼ିଶା ଛୁଇଁ ନପାରେ । ଏହା ସହିତ ଆମକୁ ପ୍ରଭୁ ଜଗନ୍ନାଥ ରକ୍ଷା କରିବେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଏହା ପୂର୍ବରୁ ଆଜି ଏସ୍‌ଆର୍‌ସି କହିଥିଲେ ଯେ କାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ ଜୱାଦ । ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିଯିବା ନେଇ ଆକଳନ କରାଯାଇଛି । ସେହିପରି ପୁରୀ ଛୁଇଁଲା ବେଳକୁ ପବନ ବେଗ ଘଣ୍ଟାପ୍ରତି ୬୦/୭୦ କିମି ରହିପାରେ । ପବନ କମିଲେ ବି ବର୍ଷା ହେବ ବୋଲି ସେ କହିଥିଲେ ।

Show More

Related Articles

Back to top button