ସ୍ୱାସ୍ଥ୍ୟ

କାନ୍ଦିବା ଜରୁରୀ

ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ହସିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି । ଏପରିକି ହସିବା ପାଇଁ ‘ଲାଫିଙ୍ଗ କ୍ଲବ’ ମାନ ସଂଖ୍ୟାଧିକ ରହିଛି ।

ପ୍ରକୃତରେ ମନ ଖୁସି ରହିଲେ ସବୁକିଛି ଠିକ୍ ରହେ, ଏଥିରେ ସତ୍ୟତା ଅଛି । ନିକଟରେ କିନ୍ତୁ ଗବେଷକ ଦଳ ସ୍ପଷ୍ଟ କରିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ ଅଧିକ । ଜାପାନର ବିଶେଷଜ୍ଞ ଦଳ ଏହାର ସତ୍ୟତା ପରୀକ୍ଷା ନିମନ୍ତେ ପ୍ରଥମେ କର୍ମଜୀବୀ ଲୋକଙ୍କ ଉପରେ ପ୍ରୟୋଗ ଆରମ୍ଭ କରିଥିଲେ । ଏହା ମଧ୍ୟ ସତ ଯେ ବିନା କାରଣରେ ହସିବା ସହଜ ହୋଇଥିବା ବେଳେ କାନ୍ଦିବା ଏକ ବଡ଼ ଚ୍ୟାଲେଞ୍ଜ । ଏଥିନିମନ୍ତେ ସ୍ୱତନ୍ତ୍ର ଭାବେ କାନ୍ଦିବା ପ୍ରଶିକ୍ଷକଙ୍କୁ ମଧ୍ୟ ଯୋଗାଡ଼ କରାଗଲା ।

ଟୋକିଓର ଏକ ବୀମା ଅନ୍ତର୍ଜାତୀୟ କମ୍ପାନୀର ୪୩ ଜଣ କର୍ମଚାରୀଙ୍କୁ ସାମିଲ କରାଗଲା । ଜନୈକ କର୍ମଚାରୀ ୟୋଶିବାଙ୍କ ମତରେ ପ୍ରକୃତରେ ହସିବା ଚୁପ୍ ରହିବା ଠାରୁ କାନ୍ଦିବାର ପ୍ରତିକି୍ରୟା ଭିନ୍ନ । କାନ୍ଦିରେ ମନ ଶାନ୍ତ ହେବା ସହ ଖୁବ ହାଲୁକା ଲାଗେ । ଜାପାନରେ ଗବେଷକ ଦଳ ଏଇ ପରିପ୍ରେକ୍ଷୀରେ ସଫଳ ହେବା ପରେ ବର୍ତ୍ତମାନ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ‘କାନ୍ଦିବା ଜରୁରୀ’ କାର୍ୟ୍ୟକ୍ରମ ଆଗେଇବାରେ ଲାଗିଛି ।

Show More

Related Articles

Back to top button