ମନୋରଞ୍ଜନ

କରୋନା ସଂକ୍ରମଣରେ ରାଘବ ଜୁୟାଲ୍

‘ଡ୍ୟାନ୍ସ ଦିୱାନ-୩’ର ହୋଷ୍ଟ ରାଘବ ଜୁୟାଲ୍ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଏକ ପୋଷ୍ଟରେ ଏହାର ସୂଚନା ଦେଇଛନ୍ତି । ଏହାପୂର୍ବରୁ ଶୋ’ର ଜଣେ ଜଜ୍ ଧର୍ମେଶ ଏବଂ ୧୮ ଜଣ କ୍ରୁ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ

ଧର୍ମେଶଙ୍କ କୋଭିଡ୍ ପଜିଟିଭ୍ ହେବା ପରେ ତାଙ୍କ ସ୍ଥାନ କୋରିଓଗ୍ରାଫର ପୁନିତ ପାଠକ ନେଇଥିଲେ । ସେମାନଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ ଏବଂ ତୁଷାର କାଲିଆ ମଧ୍ୟ ଜଜ୍ ଅଛନ୍ତି ।ରାଘବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ ‘ଜ୍ୱର ଏବଂ କାଶ ପରେ ମୋର କୋଭିଡ ଟେଷ୍ଟ ପଜେଟିଭ୍ ଆସିଛି । ନିକଟରେ ଯେ କେହି ମୋ ସମ୍ପର୍କରେ ଆସିଛନ୍ତି ସେ ନିଜର ଯତ୍ନ ନିଅନ୍ତୁ ଏବଂ ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ‘

ରାଘବଙ୍କ ଏହି ପୋଷ୍ଟରେ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ କମେଣ୍ଟରେ ଲେଖିଛନ୍ତି – ‘ଆରେ ଭାଇ ଯତ୍ନ ନିଅ, ଶୀଘ୍ର ଠିକ ହୋଇଯାଅ, ବହୁତ ମଜା କରିବାର ଅଛି ।’ ଅଭିନେତ୍ରୀ ଆଶା ନେଗି ଲେଖିଛନ୍ତି, ‘ଯତ୍ନ ନିଅ ଭାଇ’। ମୋହିନା କୁମାରୀ କମେଣ୍ଟ ଦେଇଛନ୍ତି- ‘ ଯତ୍ନ ନିଅ ରାଘବ, ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ‘

ଯେତେବେଳେ ‘ଡ୍ୟାନ୍ସ ଦିୱାନ ୩’ ସେଟରେ ଅନେକ କ୍ରୁ ସଦସ୍ୟ କୋଭିଡ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା, ନିର୍ମାତାମାନେ କହିଥିଲେ ଯେ ସେଟ୍ କୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି । ମାଧୁରୀ ଦୀକ୍ଷିତ ଏବଂ ରାଘବ ଜୁୟାଲ ମଧ୍ୟ ସେହି ସମୟରେ କରୋନା ଟେଷ୍ଟ କରିଥିଲେ, ଉଭୟଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

Show More

Related Articles

Back to top button