ଓଡ଼ିଶାମୁଖ୍ୟ ଖବର

ଗଞ୍ଜାମରେ ପହଞ୍ଚିଲା କୋଭାକ୍ସିନ ଟିକା

କାଲିଠୁ ଜିଲ୍ଲାରେ ହେବ ଟିକାକରଣ

ଗଞାମ ଜିଲ୍ଲାରେ ପହଞ୍ଚିଲା କୋଭାକ୍ସିନ୍ ଟିକା । ଏକ ଲକ୍ଷ ଚାଳିଶି ହଜାର ଡୋଜ୍ ଟିକା ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ଆସନ୍ତା ୫ ଅର୍ଥାତ୍ କାଲିଠାରୁ ଜିଲ୍ଲାରେ କୋଭାକ୍ସିନ୍ ଟିକା କରଣ ଆରମ୍ଭ ହେବ । ଗଞ୍ଜାମ ଜିଲ୍ଲାରେ ଏଣିକି କୋଭାକ୍ସିନ୍ ଟିକା ପ୍ରଦାନ କରାଯିବ । ପୂର୍ବରୁ ଏହି ଟିକା କେବଳ ଭୁବନେଶ୍ଵରରେ ହିଁ ପ୍ରଦାନ କରାଯାଉଥିଲା ।

ଏବେ ବ୍ରହ୍ମପୁରରେ ଏହି ଟିକା ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାରେ ପାଖାପାଖି ୨୭ଲକ୍ଷ ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୪୪ ହଜାର ଲୋକଙ୍କୁ ଟିକା ଦିଆଯାଇଥିବା ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଠାରୁ ଏହି ଟିକା ପ୍ରଦାନ କରାଯିବା ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏଥିପାଇଁ ଜିଲ୍ଲାରେ ୨୫୦ କେନ୍ଦ୍ର ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।

Show More

Related Articles

Back to top button