Breaking PLUSଦେଶ ବିଦେଶମୁଖ୍ୟ ଖବର

ସାରା ବିଶ୍ୱରେ ଜାରି ରହିଛି କରୋନା ସଂକ୍ରମଣ, ୧୧ କୋଟି ୪୩ ଲକ୍ଷ ୬୩ ହଜାର ୮୮୬ରେ ପହଁଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

କରୋନା ମୁକାବିଲା ପାଇଁ ବିଶ୍ୱବ୍ୟାପୀ ଲଢ଼େଇ ଜାରି ରହିଛି । ବିଶ୍ୱର ଅଧିକାଂଶ ଦେଶଗୁଡ଼ିକରେ ଟିକାକରଣ ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ଏସବୁ ପରେ ମଧ୍ୟ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୧୧ କୋଟି ୪୩ଲକ୍ଷ ଅତିକ୍ରମ କରିସାରିଛି ।

କରୋନା ମୁକାବିଲା ପାଇଁ ବିଶ୍ୱବ୍ୟାପୀ ଲଢ଼େଇ ଜାରି ରହିଛି । ବିଶ୍ୱର ଅଧିକାଂଶ ଦେଶଗୁଡ଼ିକରେ ଟିକାକରଣ ମଧ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ଏସବୁ ପରେ ମଧ୍ୟ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୧୧ କୋଟି ୪୩ଲକ୍ଷ ଅତିକ୍ରମ କରିସାରିଛି । କରୋନାର ନୂଆ ପ୍ରାରୁପ ଦେଖାଯିବା ପରେ ବିଶ୍ୱବାସୀ ପୁଣି ଥରେ ଚିନ୍ତିତ ହୋଇପଡ଼ିଛନ୍ତ । ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୧ କୋଟି ୪୩ ଲକ୍ଷ ୬୩ ହଜାର ୮୮୬ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୩୬ ହଜାର ୬୭୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୮ କୋଟି ୯୯ ଲକ୍ଷ ୧୮ ହଜାର ୧୦୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୯ ହଜାର ୧୦୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୦ ହଜାର ୩୨୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଭାଇରସଜନିତ ମହାମାରୀ ଯୋଗୁଁ ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୯୨ ଲକ୍ଷ ୧ ହଜାର ୬୮୫କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୨୪ ହଜାର ୬୪୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୯୬ ଲକ୍ଷ ୩୦ ହଜାର ୨୩୯ ଲୋକ ସୁସ୍ଥ ହୋଇଥିବା ବେଳେ ୯୦ ଲକ୍ଷ ୪୬ ହଜାର ୭୯୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୧୨୪ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button