ସେଲିବ୍ରିଟି

ଚୈତନ୍ୟ-ସମନ୍ଥା ଯୋଡ଼ିରେ ଫାଟ !

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍‌ ଯୋଡ଼ି ନାଗା ଚୈତନ୍ୟ ଓ ସମନ୍ଥା ରୁଥ ପ୍ରଭୁଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । ଏନେଇ କିଛି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଏହାକୁ ନେଇ ଗସିପ୍‌ ଜୋର ଧରିଛି । ଏପରିକି କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇ, ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସମନ୍ଥା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ । ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିଥିଲା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଏବେ ଉଭୟଙ୍କ ସମ୍ପର୍କରେ କାହାର ନଜର ଲାଗି ଯାଇଥିବା ଆଲୋଚନା ହେଉଛି । ଉଭୟ ପକ୍ଷରୁ ଏନେଇ କିଛି ସ୍ପଷ୍ଟୀକରଣ ଦିଆଯାଇନି । ହେଲେ ଏହି କପଲ ଏବେ ଅଲଗା ରହୁଥିବା ବେଳେ ତଲାକ୍‌ ନେବାକୁ ପ୍ଲାନିଂ କରୁଥିବା ଶୁଣିବାକୁ ମିଳୁଛି ।

ମିଡିଆ ରିପୋର୍ଟ୍ସ ମୁତାବକ, ଉଭୟଙ୍କ ସମ୍ପର୍କରେ ଫାଟର କାରଣ ସମନ୍ଥାଙ୍କର ଫିଲ୍ମ ଓ ନିଜ କ୍ୟାରିଅର ପ୍ରତି ଅଧିକ ଦୁର୍ବଳତାକୁ ଧରାଯାଉଛି । ବିବାହ ପରେ ବି ସମନ୍ଥା ଆକ୍ଟିଂରେ ଫୁଲ୍‌ ବିଜି । ଏପରିକି ଗ୍ଲାମରସ୍‌ ହଟ ଫଟୋଶୁଟ ବି କରାଉଛନ୍ତି । ଯାହାକି ତାଙ୍କ ସ୍ୱାମୀ ନାଗା ଚୈତନ୍ୟ ଓ ଶ୍ୱଶୁର ନାଗାର୍ଜୁନଙ୍କୁ ପସନ୍ଦ ଆସୁ ନାହିଁ । ସେମାନେ ଶାଶୁ ଅମଲା ଅକ୍କିନେନିଙ୍କ ପରି ହେବାକୁ ସମନ୍ଥାଙ୍କୁ ବୁଝାଉଥିଲେ ମଧ୍ୟ ଏହାକୁ ସେ ଗ୍ରହଣ କରିପାରୁ ନାହାନ୍ତି ।

ସମନ୍ଥା ଶେଷ ଥର ଫ୍ୟାମିଲି ମ୍ୟାନ୍‌-୨ରେ ଖୁବ୍‌ ବୋଲ୍ଡ ରୋଲ ପ୍ଲେ କରିଥିବା ବେଳେ ଏହାର ପ୍ରଭାବ ମଧ୍ୟ ସେମାନଙ୍କ ବୈବାହିକ ଜୀବନରେ ପଡ଼ିଥିବା ଶୁଣିବାକୁ ମିଳିଛି । ତେବେ ଆଗକୁ ଏହି ସେଲିବ୍ରେଟି ଯୋଡ଼ି ଏକାଠି ରହୁଛନ୍ତି ନା ଦୁହେଁ ଅଲଗା ଅଲଗା ରାସ୍ତା ବାଛିନେବେ ତାହା ଦେଖିବାକୁ ବାକି ।

Show More

Related Articles

Back to top button