Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତକୁ ଶୀଘ୍ର ମିଳିବ କରୋନା ଟିକା, ରୁଷିଆ ସହ ଚାଲିଛି ଆଲୋଚନା

ଭାରତ ଶନିବାର କରୋନାର ମୋଟ ସଂକ୍ରମଣ ମାମଲାରେ ବିଶ୍ୱର୨ୟ ସ୍ଥାନରେ ପହଞ୍ଚିଛି । ଏହି ସଂକ୍ରମଣ ଭିତରେ ଭାରତର ନାଗରିକଙ୍କ ପାଇଁ ଏକ ଖୁସି ଖବର । ରୁଷିଆର କରୋନା ଟିକାର ଯୋଗାଣ ଓ ଉତ୍ପାଦନକୁ ନେଇ ଭାରତ ଓ ରୁଷିଆ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛି

ନୂଆଦିଲ୍ଲୀ: ଭାରତ ଶନିବାର କରୋନାର ମୋଟ ସଂକ୍ରମଣ ମାମଲାରେ ବିଶ୍ୱର୨ୟ ସ୍ଥାନରେ ପହଞ୍ଚିଛି । ଏହି ସଂକ୍ରମଣ ଭିତରେ ଭାରତର ନାଗରିକଙ୍କ ପାଇଁ ଏକ ଖୁସି ଖବର । ରୁଷିଆର କରୋନା ଟିକାର ଯୋଗାଣ ଓ ଉତ୍ପାଦନକୁ ନେଇ ଭାରତ ଓ ରୁଷିଆ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛି । ଭାରତରେ ରୁଷିଆର ରାଷ୍ଟ୍ରଦୂତ ନିକୋଲେୟ କୁଶାଦେବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅଗଷ୍ଟ ୧୧ରେ ବିଶ୍ୱର ପ୍ରଥମ କରୋନା ଟିକା ଶୁଭାରମ୍ଭ କରିଥିଲେ । ଏହି ଟିକାର ନାମ ସ୍ପୁଟନିକ-ଭି । ରୁଷିଆ ସହିତ ଟିକାର ଯୋଗାଣ ଓ ମିଳିତ ଭାବେ ଉତ୍ପାଦନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସରକାରୀ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ ରୁଷିଆ ଟିକା ଉତ୍ପାଦନ କରିବା ଲାଗି ଭାରତର ସହଯୋଗ ଲୋଡ଼ିଛି । ଭାରତ ସରକାର କିନ୍ତୁ ଏହାରି ଉପରେ ଏବେ ଅଧ୍ୟୟନ କରୁଛନ୍ତି । ଅନ୍ୟପକ୍ଷରେ କୁହାଯାଉଛି ଯେ, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ନିକଟରେ ରୁଷିଆ ଗସ୍ତରେ କରୋନା ଟିକା ନେଇ ଆଲୋଚନା କରିବେ । ସୂଚନାଯୋଗ୍ୟ, ରୁଷିଆ ନିଜ ଦେଶର ନାଗରିକଙ୍କୁ ଚଳିତ ସପ୍ତାହ ଠାରୁ ଟିକା ‘ସ୍ପୁଟନିକ-ଭି ଉପଲବ୍ଧ କରିବାକୁ ଯାଉଛି ।

Tags
Show More

Related Articles

Back to top button
Close