ଦେଶ ବିଦେଶ

ଭାରତ ବିରୋଧରେ ଚୀନ ନିର୍ମାଣ କରୁଛି ମେଗା ପ୍ରୋଜେକ୍ଟ, ବିଦ୍ୟୁତ୍ ଉତ୍ପାଦନ ୩ଗୁଣା ବଢ଼ାଇବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ଭାରତ ବିରୋଧୀ ଷଡ଼ଯନ୍ତ୍ର । ଗୋଟିଏ ପଟେ ସୀମାରେ ଶାନ୍ତି ରକ୍ଷା ପାଇଁ ସାମରିକ ସ୍ତରରେ ଆଲୋଚନା ଲାଗି ଚୀନ୍ ସମ୍ମତି ପ୍ରକାଶ କରିଥିବା ବେଳେ ଅନ୍ୟପଟେ ଭାରତ ବିରୋଧୀ ମେଗା ପ୍ରୋଜେକ୍ଟ ନିର୍ମାଣ କରୁଛି । ବିଦ୍ୟୁତ୍ ଉତ୍ପାଦନ ୩ଗୁଣା ବଢ଼ାଇବା ପାଇଁ ତିବ୍ବତରେ ବିଶ୍ବର ସବୁଠୁ ବଡ଼ ମେଗା ଡ୍ୟାମ୍ ନିର୍ମାଣ ପାଇଁ ଯୋଜନା କରିଛି ଚୀନ୍ । ବ୍ରହ୍ମପୁତ୍ର ନଦୀର ଜଳ ଭାରତରେ ପ୍ରବେଶ କରିବା ପୂର୍ବରୁ ଏହାକୁ ଅଟକାଇ ପ୍ରାୟ ୪ହଜାର ୯ଶହ ଫୁଟର କ୍ୟାନନ ନିର୍ମାଣ କରାଯିବ ।

ଏହି ପ୍ରୋଜେକ୍ଟ ନିର୍ମାଣ ହେଲେ ଚିନ୍ ପ୍ରତିବର୍ଷ ୩ଶହ ବିଲିୟନ କିଲୋଓ୍ବାଟ ବିଦ୍ୟୁତ୍ ଉତ୍ପାଦନ କରିପାରିବ । ଚୀନର ୫ବର୍ଷୀୟ ଯୋଜନାରେ ଏହି ପ୍ରୋଜେକ୍ଟ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଗତ ମାର୍ଚ୍ଚରେ ଚିନ୍ ସଂସଦରେ ଏହି ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି । ବ୍ରହ୍ମପୁତ୍ର ନଦୀ ଭାରତ-ବାଂଲାଦେଶ ମଧ୍ୟ ଦେଈ ୨ ହଜାର ୯୦୦ କିମି ବହିଯାଇଛି । ବ୍ରହ୍ମପୁତ୍ର ନଦୀ ତିବ୍ବତରେ ୟାରଲୁଙ୍ଗ ସାଙ୍ଗପୋ ନଦୀ ଭାବେ ଜଣାଯାଏ ।

ଏହି ନଦୀରେ ମେଗା ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ଲାଗି ଚୀନର ଯୋଜନା ଏବେ ଭାରତ ଓ ପରିବେଶବିତ୍‌ଙ୍କ ପାଇଁ ଚିନ୍ତା ବଢ଼ାଇଛି । ଚୀନ୍ ଦକ୍ଷିଣ ଏସିଆର ଅନେକ ଜଳ ଯୋଗାଣ ଉତ୍ପତିସ୍ଥଳକୁ କବ୍‌ଜା କରି ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ବୋଲି ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।

Tags
Show More

Related Articles

Back to top button
Close