ଦେଶ ବିଦେଶ

କରୋନାକୁ ସାଧାରଣ ଫ୍ଲୁ ଭାବୁଛି ଚୀନ ! କାମ କରୁନି ବୁଷ୍ଟର ଡୋଜ୍

ବେଜିଂ, ୨୬/୧୨ : ଚୀନରେ ତାଣ୍ଡବ ରଚିଛି ମହାମାରୀ। ପ୍ରତିଦିନ ଲକ୍ଷାଧିକ ଲୋକ ହେଉଛନ୍ତି କରୋନା ସଂକ୍ରମିତ। କାମ କରୁନି ବୁଷ୍ଟର ଡୋଜ୍। ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ଶଯ୍ୟା ଅଭାବ। ଡିସେମ୍ଵର ୫ ରୁ ୨୫ ମଧ୍ୟରେ ଚୀନରେ ପ୍ରାୟ ୧୦ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଉଛି। ସେପଟେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ସାର୍ବଜନୀନ କରିବାକୁ ପ୍ରତିବନ୍ଧକ ଲଗାଇଛି ଡ୍ରାଗନ।

ଚୀନର କମ୍ୟୁନିଷ୍ଟ ସରକାର ଲୋକମାନଙ୍କୁ ପାରମ୍ପରିକ ଚାଇନିଜ୍ ଔଷଧ ଲିୟାନହୁଆ କିଙ୍ଗବେନ ଖାଇବାକୁ ନିର୍ଦ୍ଦେଶ ଦେଇଛି। ଏହି ଔଷଧ ଭାଇରାଲ୍ ଇନଫେକ୍ସନ ପାଇଁ ବ୍ୟବହୃତ ହୋଇଥାଏ। ତେବେ ଏଠି ପ୍ରଶ୍ନ ଉଠୁଛି ଚୀନ କଣ କରୋନାକୁ କେବଳ ଏକ ସାଧାରଣ ଫ୍ଲୁ ଭାବୁଛି ? ଚୀନରେ ବ୍ରୁଫିନ ଏବଂ ପେରାସିଟାମଲ ଭଳି ସାଧାରଣ ଔଷଧ ମିଳୁନାହିଁ। ଚୀନରେ ଓମିକ୍ରନର BF.7 ଭାରିଆଣ୍ଟ ବ୍ୟାପିବାରେ ଲାଗିଛି। ଏହା ଓମିକ୍ରନର ସବୁଠାରୁ ଶକ୍ତିଶାଳୀ ଭାରିଆଣ୍ଟ ବୋଲି ବିଶେଷଜ୍ଞମାନେ ଆକଳନ କରୁଛି। BF.7 କରୋନା ବାଇରସ୍‌ର ଏକ ସ୍ପାଇକ୍ ପ୍ରୋଟିନରେ ଏକ ବିଶେଷ ମ୍ୟୁଟେସନ ଦ୍ଵାରା ସୃଷ୍ଟି ହୋଇଛି। ଏହାର ନାମ R346T। ଏହି ମ୍ୟୁଟେସନ କାରଣରୁ ଭାରିଆଣ୍ଟ ଉପରେ ଆଣ୍ଟିବଡି ପ୍ରବାବୀ ହେଉନାହିଁ। ସରଳ ଭାଷାରେ କହିବାକୁ ଗଲେ ଯଦି କୌଣସି ବ୍ୟକ୍ତିକୁ କରୋନା ହୋଇସାରିଛି କିମ୍ଵା ସେ ଭ୍ୟାକ୍ସିନ୍ ନେଇ ସାରିଛି ତେବେ ତାହାର ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇସାରିଛି। ହେଲେ କରୋନାର BF.7 ଭାରିଆଣ୍ଟ ଆଣ୍ଟିବଡିକୁ ଚକ୍‌ମା ଦେଇ ଶରୀର ମଧ୍ୟରେ ପ୍ରବେଶ କରୁଛି। ଚୀନର ସ୍ଵଦେଶୀ କରୋନା ଭ୍ୟାକ୍ସିନ ଏହି ଭାରିଆଣ୍ଟ ଆଗରେ ପ୍ରଭାବୀ ହେଉନାହିଁ।

  1. ଚୀନରେ ମହାମାରୀର ଯେଉଁ ଚିତ୍ର ଏବେ ସାମ୍ନାକୁ ଆସିଛି ତାହାକୁ ଦେଖି ବିଶ୍ଵବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ହସ୍ପିଟାଲ ଗୁଡ଼ିକରେ ଶବର ପାହାଡ଼ ହୋଇଗଲାଣି। ଔଷଧର ଘୋର ଅଭାବ ଦେଖାଗଲାଣି। ମେଡିକାଲରେ ଶଯ୍ୟାର ଅଭାବ ହେଲାଣି। ରାସ୍ତା କଡ଼ରେ ଲୋକମାନଙ୍କର ଚିକିତ୍ସା କରାଯାଉଛି। ଶବଦାହ ଗୃହ ବାହାରେ ଲମ୍ଵା ଲାଇନ୍ ଲାଗିଛି। ଲୋକମାନେ ସେମାନଙ୍କ ସମ୍ପର୍କୀୟଙ୍କ ଶବ ସତ୍କାର କରିବାକୁ ୩ ଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି।
Show More

Related Articles

Back to top button