ଦେଶମୁଖ୍ୟ ଖବରଶିକ୍ଷା

ଦେଶରେ ୧୦୦ ସୈନିକ ସ୍କୁଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଦେଶରେ ଆଉ ଶହେଟି ସୈନିକ ସ୍କୁଲ ଖୋଲିବା ନେଇ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିସନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ ।

ଜାତୀୟ ଶିକ୍ଷା ନୀତି (ଘଋଚ) ଅନୁରୂପ ଆଗକୁ ବଢ଼ିବା ସହ ଭାରତ ସରକାର ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଜାତୀୟ କର୍ତ୍ତବ୍ୟ ଏବଂ ଦେଶପ୍ରେମର ଭାବନା ଆଧାରିତ ଶିକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ସେହିପରି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ପିଲାମାନଙ୍କୁ ଅଧିକ ସକ୍ଷମ କରିବ ।

ସାରା ଦେଶରେ ଥିବା ୩୩ ସୈନିକ ସ୍କୁଲର ପ୍ରଶାସନିକ ଅନୁଭୂତିର ଲାଭ ଉଠାଇବା ପାଇଁ ୧୦୦ ନୂଆ ସମୃଦ୍ଧ ସୈନିକ ସ୍କୁଲର ସ୍ଥାପନା ପାଇଁ ନିର୍ଣ୍ଣୟ ହୋଇଛି । ଯେଉଁଥିରେ ସୈନିକ ସ୍କୁଲ ସୋସାଇଟିକୁ ସମୃଦ୍ଧ କରିବା ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି । ସରକାରୀ, ଘରୋଇ ସ୍କୁଲ, ଏନଜିଓର ପ୍ରସ୍ତାବ ଦେଇପାରିବେ ।

ଏହି ଯୋଜନା ଫଳରେ ଶିକ୍ଷା କ୍ଷେତ୍ରକେ ସରକାରୀ/ଘରୋଇ ଭାଗୀଦାରୀକୁ ପ୍ରୋତ୍ସାହନ ମିଳିବ । ଫଳରେ ପ୍ରତିଷ୍ଠିତ ସରକାରୀ ଏବଂ ଘରୋଇ ବିଦ୍ୟାଳୟରେ ଉପଲବ୍ଧ ଭିତ୍ତିଭୂମିର ଲାଭ ଉଠାଇବାରେ ସହାୟତା ମିଳିବ । ସୈନିକ ସ୍କୁଲରେ ଶିକ୍ଷା ଗ୍ରହଣ ପାଇଁ ଚାହୁଁଥିବା ପିଲାମାନଙ୍କର ଆକାଂକ୍ଷାକୁ ପୂରଣ କରିବା ପାଇଁ ନୂଆ କ୍ଷମତା ବିକଶିତ ହୋଇପାରିବେ ।

Show More

Related Articles

Back to top button