ଓଡ଼ିଶା

ରାଜ୍ୟ ମାଗିଥିଲା ୨୫ ଲକ୍ଷ, କେନ୍ଦ୍ର ଦେଲା ୨ଲକ୍ଷ ୫୦ହଜାର ଟିକା

ଭୁବନେଶ୍ବରରେ ପହଞ୍ଚିଲା କୋଭିସିଲ୍‌ଡ ଟିକା । ରାଜ୍ୟ ମାଗିଥିଲା ୨୫ଲକ୍ଷ, କେନ୍ଦ୍ର ଦେଲା ୨ଲକ୍ଷ ୫୦ହଜାର ଟିକା । ପୂରଣ ହୋଇପାରୁନି ଆବଶ୍ୟକତା ।

ପର୍ଯ୍ୟାପ୍ତ ଟିକା ନଆସିଲେ, ସୋମବାରଠୁ ଟିକାକରଣ ବନ୍ଦ ।ପ୍ରତିଦିନ ୨ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ସେହି ଅନୁସାରେ ଟିକା ନାହିଁ । ଫଳରେ ରାଜ୍ୟର ମୋଟ୍‌ ୧୫ଶହ ଟିକାଦାନ କେନ୍ଦ୍ରରୁ ୩ଶହ ୫୦ରୁ ଅଧିକ କେନ୍ଦ୍ର ବନ୍ଦ ହେଲାଣି । ଯଦି କାଲି ସୁଦ୍ଧା ଆବଶ୍ୟକ ଅନୁଯାୟୀ ଟିକା ନଆସେ, ତେବେ ସୋମବାରଠାରୁ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଆଜି ଭୁବନେଶ୍ବରରେ ପହଞ୍ଚିଥିବା ୨ଲକ୍ଷ ୫୦ହଜାର କୋଭିସିଲ୍‌ଡ ଟିକାକୁ ସବୁ ଜିଲ୍ଲାକୁ ପଠାଯାଇଛି । କାଲି ରାଜ୍ୟର ସବୁ ଟିକା କେନ୍ଦ୍ରରେ ଏହି ଟିକା ଦିଆଯିବ ।
କେନ୍ଦ୍ର ସରକାର ୨୫ଲକ୍ଷ ଟିକା ଦେବା ପାଇଁ ଚିଠି ଲେଖି ଦାବି କରିଛି ରାଜ୍ୟ । କରୋନା ସଂକ୍ରମଣ ବଢୁଥିବାରୁ ଆଗକୁ ଦୈନିକ ୩ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ଟିକା କମ୍‌ ଆସୁଥିବାର ଏହି ଲକ୍ଷ୍ୟ ପୂରଣ ହେବାରେ ବାଧା ସୃଷ୍ଟି ହେବ ।

ଆସନ୍ତାକାଲିଠାରୁ ୧୪ତାରିଖ ଯାଏଁ ଟିକା ଉତ୍ସବକୁ ସଫଳ କରିବା ପାଇଁ କେନ୍ଦ୍ର ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ପାଳନ କରୁଛି । ହେଲେ କେନ୍ଦ୍ର ଆବଶ୍ୟକ ପରିମାଣର ଟିକା ଦେଉନଥିବାରୁ ଏହା କିପରି ସଫଳ ହେବ, ତାକୁନେଇ ସନ୍ଦେହ ସୃଷ୍ଟି ହୋଇଛି ।

Tags
Show More

Related Articles

Back to top button
Close