Breaking PLUSଓଡ଼ିଶାମୁଖ୍ୟ ଖବର

CBSE ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା, ପରୀକ୍ଷା ସୂଚୀ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ

CBSE ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ’ ୪ ତାରିଖରୁ CBSE ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ

ଜୁନ୍‌ ୧୧ ଯାଏଁ ଚାଲିବ ପରୀକ୍ଷା । ଏହା ସହିତ ପରୀକ୍ଷା ସଂପୂର୍ଣ୍ଣ ବିବରଣୀ CBSE ଓ୍ବେବ୍‌ସାଇଟ୍‌ରେ ମଧ୍ୟ ଉପଲବ୍ଧ ଅଛି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ।ଟ୍ବିଟ୍‌ କରି ରମେଶ ପୋଖରିୟାଲ ଲେଖିଛନ୍ତି, ‘ବହୁ ପ୍ରତିକ୍ଷିତ CBSE ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି । ଆସନ୍ତା ମେ’ ୪ ତାରିଖରୁ CBSE ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ’ ।

ଏହା ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ମାର୍ଚ୍ଚ ୧ ତାରିଖରୁ ସ୍କୁଲଗୁଡିକରେ CBSE ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ଏହା ସହିତ ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ଘୋଷଣା କରାଯିବ । କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ସେସନ୍‌ର CBSE ବୋର୍ଡ ପରୀକ୍ଷା ବିଳମ୍ବରେ ଘୋଷଣା କରାଯାଇଛି । ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ତଥ୍ୟ ଏବଂ ତାରିଖ CBSE ଓ୍ବେବ୍‌ସାଇଟ୍‌ରେ ମଧ୍ୟ ଉପଲବ୍ଧ ଅଛି । ପରୀକ୍ଷା ସମ୍ପର୍କିତ ତଥ୍ୟକୁ ଛାତ୍ରଛାତ୍ରୀମାନେ CBSE ଓ୍ବେବ୍‌ସାଇଟ୍‌କୁ ଯାଇ ଡାଉନଲୋଡ୍ କରିପାରିବେ ।

Show More

Related Articles

Back to top button