
ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ୍ ୩୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୫ ଜଣ ସରକାରୀ ସଂଗରୋଧ ଓ ୨୯୪ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ଭୁବନେଶ୍ୱରରୁ ଆଜି ୩୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଶୈଳଶ୍ରୀ ବିହାରରୁ ୬ ଜଣ, ଚନ୍ଦ୍ରଶେଖରପୁରରୁ ୫ ଜଣ, ବମିଖାଲ, ୟୁନିଟ-୬, ବାପୁଜୀ ନଗରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଡୁମଡୁମା, ଭିଏସଏସ ନଗରରୁ ୩-୩ ଜଣ, ଝାରପଡ଼ା, ୟୁନିଟ-୪, ୟୁନିଟ-୧, ଚକେଇସିହାଣୀରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଶୈଳଶ୍ରୀ ବିହାରରୁ ୨୩ ଜଣ, ସହିଦ ନଗରରୁ ୧୩ ଜଣ, ଚନ୍ଦ୍ରଶେଖରପୁର, ପଟିଆ, ରସୁଲଗଡ଼ରୁ ୧୨-୧୨ ଜଣ, ବମିଖାଲରୁ ୧୦ ଜଣ, ଲକ୍ଷ୍ମୀସାଗର, ପୋଖରିପୁଟରୁ ୯-୯ ଜଣ, ନୟାପଲ୍ଲୀ, ଭିଏସଏସ୍ ନଗରରୁ ୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।