Breaking PLUSଓଡ଼ିଶାମୁଖ୍ୟ ଖବର
ରାଜଧାନୀରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ
ମଞ୍ଚେଶ୍ୱର ପୋଲିସ ୫୦ ଲକ୍ଷ ଟଙ୍କା ମୂଲ୍ୟର ୫୬୨ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଦନ କୁମାର ବେହେରା ଏବଂ ଏସ.କେ ମଞ୍ଜୁମ ବୋଲି ଜଣାପଡିଛି।

ମଞ୍ଚେଶ୍ୱର ପୋଲିସ ୫୦ ଲକ୍ଷ ଟଙ୍କା ମୂଲ୍ୟର ୫୬୨ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଦନ କୁମାର ବେହେରା ଏବଂ ଏସ.କେ ମଞ୍ଜୁମ ବୋଲି ଜଣାପଡିଛି।
ଖବର ଅନୁଯାୟୀ , କୁଇକ୍ ଆକ୍ସନ୍ ଟିମ୍ ଓ ମଞ୍ଚେଶ୍ୱର ପୋଲିସର ମିଳିତ ଅପରେସନରେ ଚଢାଉରେ କରାଯାଇ ହାଇ-ଟେକ୍ ମେଡିକାଲ୍ ଛକରେ ଗାଡିଟିକୁ ଅଟକାଇ ଦୁଇଜଣ ବ୍ରାଉନସୁଗର ବେପାରୀଙ୍କୁ ଧରିଛନ୍ତି । ସେମାନେ ମାଛ ବେପାରୀ କହି ଏହି ରାକେଟ ଚଳାଇଥିଲେ ବୋଲି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ପୋଲିସ ତାଙ୍କ ଗାଡିରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ୧,୯୦୦ ଟଙ୍କା ଜବତ କରିଛି।