ଦେଶ ବିଦେଶବ୍ୟକ୍ତିତ୍ୱସ୍ୱାସ୍ଥ୍ୟ

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ । କ୍ୟାନସରରେ ପୀଡ଼ିତ ରହିଥିବାରୁ ନିୟମିତ ଭାବେ ପ୍ରତି ମାସରେ ତାଙ୍କର ‘ଚେକ୍‌ ଅପ୍‌’ ହୋଇଥାଏ । ସବୁ ଥର ପରି ସେ ଗତ ୩୦ ତାରିଖରେ ଆଲବର୍ଟ ଆଇନଷ୍ଟାଇନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏନେଇ ପ୍ରଶଂସକ ଭୟଭୀତ ହେବା ସହ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା ।

ତେଣୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମନର ଦ୍ୱନ୍ଦ୍ୱ ଦୂର କରି ପେଲେଙ୍କ ଝିଅ କେଲି  କହିଛନ୍ତି ଯେ, ‘କୌଣସି ଜରୁରି ସ୍ଥିତିରେ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନାହିଁ । ବରଂ ଏହା ତାଙ୍କର ନିୟମିତ ଚିକିତ୍ସା ।’

ଅନ୍ୟପଟେ କିନ୍ତୁ ଗତ ଶୁକ୍ରବାର ଠାରୁ ପେଲେଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି । ଏ ବିଷୟରେ ଡାକ୍ତରଖାନା କିମ୍ବା ପେଲେଙ୍କ ପରିବାର ସୂତ୍ରରୁ କିଛି ସୂଚନା ଦିଆଯାଇ ନାହିଁ ।

 

Show More

Related Articles

Back to top button